ବ୍ୟାଙ୍କ ଖାତାଧାରୀଙ୍କ ପାଇଁ ବଡ ଖବର । ଯଦି ଏହି ବ୍ୟାଙ୍କରେ ଆକାଉଣ୍ଟ ଅଛି ତେବେ ଏହି ଖବରକୁ ନିହାତି ଜରୁରୀ ଅଟେ।ଇଣ୍ଡିଆନ୍ ବ୍ୟାଙ୍କ ନିକଟରେ ଘୋଷଣା କରିଛି ଯେ ୭ ଜୁଇାଇ, ୨୦୨୫ ଠାରୁ ତାର ସମସ୍ତ ଆକାଉଣ୍ଟରୁ ମିନିମମ୍ ବାଲାନ୍ସର ସର୍ତ୍ତକୁ ପୁରାପୁରୀ ଭାବେ ହଟାଇଦେବ । ଏପରି କରିବାର ମୂଳ ଉଦ୍ଦେଶ ହେଉଛି ଗ୍ରାହକଙ୍କ ଆର୍ଥିକ ବୋଝକୁ କମ୍ କରିବା ଏବଂ ବାକିଙ୍ଗ ସେବାକୁ ସମସ୍ତଙ୍କ ପାଇଁ ସୁଲଭ କରିବା । ଦିତୀୟରେ ରହିଛି ଭାରତୀୟ ଷ୍ଟେଟ୍ ବ୍ୟାଙ୍କ୍ । ୨୦୨୦ ମସିହାରେ ନିଜର ସମସ୍ତ ସେଭିଙ୍ଗ ଆକାଉଣ୍ଯରୁ ମିନିମମ୍ ବାଲାନ୍ସର ଆବଶକତାକୁ ହଟାଇ ଦେଇଥିଲା । ଏହି ନୀତି ଅନୁଯାୟୀ ଗ୍ରାହକଙ୍କୁ ଏବେ ବାଲାନ୍ସ କମ୍ ହେବା ପରେ ମଧ୍ୟ ଜରିମାନା ଦେବାକୁ ପଡିବନି । ଏସବିଆଇର ଏହି ପଦକ୍ଷେପ କଷ୍ଟମର-ସେଣ୍ଟ୍ରିକ୍ ଆପ୍ରୋଚକୁ ଦର୍ଶାଇଥାଏ, ଯାହାଦ୍ବାରା ଲକ୍ଷ ଲକ୍ଷ ଖାତାଧାରୀଙ୍କୁ ନିଶ୍ଚିତ ଭାବେ ଆସ୍ବସ୍ତ କରାଇବ ।
ତେବେ ତୃତୀୟରେ କାନାରା ବ୍ୟାଙ୍କ । ୨୦୨୫ରେ ନିଜର ସମସ୍ତ ପ୍ରକାରର ସେଭିଙ୍ଗ ଆକାଉଣ୍ଟରେ ଆଭରେଜ୍ ମନ୍ଥଲୀ ବାଲାନ୍ସର ସର୍ତ୍ତକୁ ହଟାଇବାକୁ ଘୋଷଣା କରିଛି । ଏପରି କରିବା ଦ୍ବାରା ବାଙ୍କର ଲୋକପ୍ରିୟତା ଆହୁରି ବଢ଼ିଯାଇଛି।ଚତୁର୍ଥରେ ରହିଛି ପଞ୍ଜାବ ନାସନାଲ ବ୍ୟାଙ୍କ
ପିଏନବି ବା ପଞ୍ଜାବ ନାସନାଲ ବ୍ୟାଙ୍କ ମଧ୍ୟ ତାର ସମସ୍ତ ସେଭିଙ୍ଗ ଆକାଉଣ୍ଟରୁ ଆଭରେଜ୍ ମନ୍ଥଲୀ ବାଲାନ୍ସର ସର୍ତ୍ତକୁ ହଟାଇଦେବାର ନିଷ୍ପତ୍ତି ନେଇଛି । ପୂର୍ବରୁ ପିଏନବି ମିନିମମ୍ ବାଲାନ୍ସ କମ୍ ରହିଲେ ଜରିମାନା ଲଗାଉଥିଲା ।