ସକାଳୁ ସକାଳୁ ଖାଲି ପେଟରେ ଏହି ସବୁ କାର୍ଯ୍ୟ କରନ୍ତୁ ନାହିଁ | ଯଦି ଆପଣ ସକାଳୁ ଖାଲି ପେଟରେ ଏହି କାମ କରୁଛନ୍ତି ତ ଶରୀର ପାଇଁ ହୋଇପାରେ ବଡ ବିପଦ | ଯଦି ଆପଣଙ୍କ ପେଟରେ ଖାଦ୍ୟ ନାହିଁ ତ ଆପଣ ଖାଲି ପେଟରେ ମଦ ପିଅନ୍ତୁ ନାହିଁ | କାରଣ ଏହା ସିଧା ବ୍ଲଡ଼ ଷ୍ଟ୍ରିମକୁ ଯାଇଥାଏ | ଏହା କିଡ୍ନୀ, ଲିଭର, ଲଙ୍ଗସ ଓ ବ୍ରେନକୁ ସିଧା ପ୍ରଭାବିତ କରିଥାଏ | ବେଳେ ବେଳେ ନଷ୍ଟ ବି କରିଥାଏ |ସେହିଭଳି ସକାଳୁ ଖାଲି ପେଟରେ ଯଦି ଆପଣ ରାଗୁଛନ୍ତି ତ ଏହାର ପ୍ରଭାବ ବ୍ଲଡ଼ ସୁଗାର ଲେବଲ ଉପରେ ପଡିଥାଏ | ଯଦି ସକାଳୁ କିଛି ଖାଇ ନିଅନ୍ତି ତ ରାଗ କମ ଆସିଥାଏ | ତେଣୁ ଖାଲି ପେଟରେ ରାଗ କରିବା କଥା ନୁହେଁ |
ମନେ ରଖନ୍ତୁ ଯଦି ଆପଣ ସକାଳୁ ଖାଲି ପେଟରେ କଫି ପିଅନ୍ତି ତ ପେଟରେ ଏସିଡ ସୃଷ୍ଟି ହୁଏ | କାରଣ କଫି ରେ ଥିବା ତତ୍ତ୍ୱ ପେଟରେ ହାଇଡ୍ରୋକ୍ଳରିକ ଏସିଡ ବଢ଼ାଇଥାଏ | ତେଣୁ ସକାଳେ ଖାଲିପେଟରେ କଫି ନ ନେବା ଉଚିତ |
ଭୁଲରେ ବି ସକାଳୁ ଖାଲି ପେଟରେ ଚୁଇଁଗମ ଚୋବାଉଛନ୍ତି ତେବେ ପ୍ରାକୃତିକ କାରଣରୁ ପେଟରେ ହଜମ ଏଞ୍ଜାଇମ ସୃଷ୍ଟି ହେବ | ଫଳରେ ଖାଦ୍ୟ ନପାଇ ପେଟରେ ଏସିଡ ସୃଷ୍ଟି ହେବ | ଏସିଡ କାରଣରୁ ପେଟରେ ଅଳସର ବା ଘା’ ସୃଷ୍ଟି ହେବ | ଫଳରେ ବହୁ ସମସ୍ୟା ଦେଖା ଦେବ | ତେଣୁ ଖାଲି ପେଟରେ ଚୁଇଁଗମ ଚୋବନ୍ତୁ ନାହିଁ |