ଦକ୍ଷିଣ ପୂର୍ବ ବାଂଲାଦେଶ ଓ ପାଶ୍ୱର୍ବର୍ତ୍ତୀ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଆସନ୍ତା ୪ ତାରିଖ ସୁଦ୍ଧା ଉତ୍ତର ବଙ୍ଗୋପସାଗର ସଂଲଗ୍ନ ପଶ୍ଚିମବଙ୍ଗ ଓ ଉତ୍ତର ଓଡ଼ିଶା ଉପକୂଳରେ ଲଘୁଚାପ ସୃଷ୍ଟିର ସମ୍ଭାବନା ଅଛି । କିନ୍ତୁ ଏହା ଅବପାତ ବା ବାତ୍ୟାରେ ପରିଣତ ହେବାର ସମ୍ଭାବନା ନାହିଁ ।। ଲଘୁଚାପ ପ୍ରଭାବରେ ୪ ତାରିଖ ବେଳକୁ ଉତ୍ତର ଓଡ଼ିଶାରେ ବର୍ଷା ସମ୍ଭାବନା ରହିଛି। ପରେ ଉତ୍ତର ଓଡ଼ିଶା ଓ ଏହାର ପାର୍ଶ୍ବବର୍ତ୍ତୀ ଜିଲାଗୁଡିକରେ ବର୍ଷା ପରିମାଣ ବଢିପାରେ। ଚଳିତ ବର୍ଷ ଶୀତ ପଡ଼ିବାକୁ ନେଇ ଶ୍ରୀ ମହାପାତ୍ର କହିଛନ୍ତି, ବର୍ତ୍ତମାନ ଏଲ୍-ନିନୋ ସକ୍ରିୟ ନାହିଁ। ଏବେ ତାପମାତ୍ରା ୦.୫ଡିଗ୍ରୀ ସେଲ୍ସିୟସ୍ ବିଯୁକ୍ତାତ୍ମକ ରହିଛି। ପ୍ରଶାନ୍ତ ମହାସାଗରରେ ନ୍ୟୁଟ୍ରାଲ୍ ଏଲ୍-ନିନୋ ରହିଛି, ତେଣୁ ଅନୁମାନ କରାଯାଉଛି ଅକ୍ଟୋବର ଓ ନଭେମ୍ୱରରେ ଲା-ନିନା ଅବସ୍ଥାକୁ ଆସିବା ସମ୍ଭାବନା ରହିଛି। ଲା-ନିନା ଅବସ୍ଥାକୁ ଯେତେବେଳେ ଆସିଯାଏ ସେତେବେଳେ ସାଧାରଣତଃ ଉତ୍ତର ଭାରତରେ ତାପମାତ୍ରା କମ୍ ରହିଥାଏ; କିନ୍ତୁ ସାଧାରଣତଃ ଲା-ନିନା ବର୍ଷରେ ତାପମାତ୍ରା କମ୍ ରହିଥିବା ଦେଖାଯାଇଛି। ଏହାଦ୍ବାରା ଅଧିକ ଥଣ୍ଡା ଅନୁଭୂତ ହୋଇଥାଏ।