ସୁବର୍ଣ୍ଣପୁର ଜିଲ୍ଲାରେ ଖେଳୁଥିଲା ଗୌରୀ ଗଣନାଟ୍ୟ। ପ୍ରଥମ ତିନି ରାତି ଜବରଦସ୍ତ ନାଟକ ପରିବେଷଣ କରାଯାଇଲା। ଯାତ୍ରା ପ୍ରେମୀଙ୍କର ଖଚାଖଚ୍ ଭିଡ ଜମିଥିଲା। ତେବେ ଚତୁର୍ଥ ଓ ପଞ୍ଚମ ରାତି ପାଇଁ ଆଇଟମ୍ ଡ୍ୟାନ୍ସର ନିଶାଙ୍କୁ ଆଣିଥିଲେ ଯାତ୍ରା ଆୟୋଜକ। ଆଉ ନିଶା ଯାତ୍ରାପ୍ରେମୀଙ୍କୁ ନିରାଶ କରିନଥିଲେ। ଶୀତୁଆ ରାତିରେ ଭରପୂର ତାତି ଯୋଗାଇଥିଲେ।ନାଟକ ପୂର୍ବରୁ ଆରମ୍ଭ ହୋଇଥିଲା ଡ୍ୟାନ୍ସ ପ୍ରୋଗ୍ରାମ୍। ଏକ୍ଦମ୍ ହଟ୍ ଆନ୍ଦାଜରେ ମଞ୍ଚକୁ ଆସିଥିଲେ ନିଶା। ଶୀତୁଆ ରାତିରେ ନିଶାଙ୍କ ନଙ୍ଗୁଳି ଦେହ ସାଙ୍ଗକୁ ଦୋଅର୍ଥ ବୋଧକ ଶବ୍ଦ ଯାତ୍ରା ପ୍ରେମୀଙ୍କ ମନକୁ ରୋମାଞ୍ଚିତ କରିଥିଲା। ହୋ-ହଲାରେ କମ୍ପିଥିଲା କ୍ୟାମ୍ପ। ମଞ୍ଚରେ ନିଶା କ’ଣ ନାଚିଲେ, କିଛି ଜଣାପଡ଼ିଲା ନାହିଁ। କିନ୍ତୁ ତାଙ୍କ ଅର୍ଦ୍ଧ ନଙ୍ଗୁଳି ଦେହ ଦେଖିବା ମଞ୍ଚ ଚାରି ପାଖରେ ଲାଗିଥିଲା ଅସମ୍ଭାଳ ଭିଡ। ତାହାରି ଭିତରେ ନିଶା କାହା ମୁଣ୍ଡରେ ହାତ ମାରୁଥିଲେ ତ ଆଉ ଗାଲରେ। ଆଉ ନିଶାଙ୍କ ଝଲକ ଟିକେ ପାଇବା ପାଇଁ କିଏ ଟଙ୍କା ଫିଙ୍ଗୁଥିଲା ତ ଆଉ ଫ୍ଲାଇଂ କିସ୍ ଦେଉଥିଲା।ଅଧିକ ଗୁରୁତ୍ବପୂର୍ଣ୍ଣ ଖବର ପଢିବା ପାଇଁ ଆମକୁ ଏବେ ଫୋଲୋ (Follow) କରନ୍ତୁ । ଅନ୍ୟଙ୍କୁ ସେୟାର କରନ୍ତୁ ।