ଭାରତରେ ଆଉ ଭାରତୀୟ ଟିମ ଅପରାଜେୟ ନୁହେଁ। ନିଜ ଗଡ଼ରେ ବି ଭାରତକୁ ହାରିବାକୁ ପଡ଼ିପାରେ। ଏକଥା ନ୍ୟୁଜିଲ୍ୟାଣ୍ଡ ପ୍ରମାଣ କରି ଦେଖାଇଛି। ୨୦୧୨ ଡିସେମ୍ବର ପରଠାରୁ ଭାରତୀୟ ଟିମ ନିଜ ଗଡ଼ରେ ଦବଦବା ଦେଖାଇ ଚାଲିଥିଲାସଞ୍ଜୟ ମାଞ୍ଜରେକର କହିଛନ୍ତି, ଯେବେ ଯଶସ୍ଵୀ ଜୟସ୍ଵାଲ ଓ ଶୁଭମନ ଗିଲ୍ଙ୍କ ମଧ୍ୟରେ ଭାଗିଦାରୀ ହେଉଥିଲା, ଭାବିଲି କିଛି ଭିନ୍ନ ହେବାକୁ ଯାଉଛି। ଗିଲ୍ ସ୍ପିନରଙ୍କ ବିରୋଧରେ ନିଜକୁ ଅସହଜ ମନେ କରୁଥିଲେ। ବିରାଟ କୋହଲି ପୁଣି ଥରେ ବଲର ଲାଇନକୁ ପଢିବାରେ ବିଫଳ ହେଲେ। ଟପ୍ ୪ରୁ ୩ ଖେଳାଳି ସ୍ପିନ ବିରୋଧରେ ଆତ୍ମବିଶ୍ଵାସ ଜଣା ପଡ଼ୁ ନ ଥିଲେ। ଯଦି ଭାରତ ନିଜର ଡିଫେନ୍ସକୁ ମଜବୁତ କରିପାରିଥାନ୍ତା ତେବେ ମ୍ୟାଚ୍ରେ ଏମିତି ଫଳାଫଳ ବୋଧହୁଏ ମିଳି ନ ଥାନ୍ତା।