ସଂସଦରେ ଆଗତ ହୋଇଛି ନୂଆ ଆୟକର ବିଲ୍। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ଲୋକସଭାରେ ଆଗତ ନୂଆ ଇନକମ୍ ଟାକ୍ସ ବିଲ୍ ଆଗତ କରିଛନ୍ତି। ଏହି ନୂତନ ବିଲ ପ୍ରାୟ ୬୦ ବର୍ଷ ପୁରୁଣା ଆୟକର ଆଇନକୁ ବଦଳାଇବ ଏବଂ ଟିକସ ବ୍ୟବସ୍ଥାକୁ ସରଳ, ସ୍ବଚ୍ଛ ଏବଂ ଅଧିକ ପ୍ରଭାବଶାଳୀ କରିବ।ଟ୍ୟାକ୍ସ ବ୍ୟବସ୍ଥାକୁ ସହଜ କରିବା ପାଇଁ ଡିଜିଟାଲୀକରଣ, ଟ୍ୟାକ୍ସ ପେମେଣ୍ଟରେ ସୁଧାରଠୁ ଆରମ୍ଭ କରି, ଟ୍ୟାକ୍ସ ଚୋରି ରୋକିବା ଦିଗରେ ନିୟମ ଅଧିକ କଡ଼ାକଡ଼ି କରିବା ପାଇଁ ପ୍ରସ୍ତାବ ଦିଆଯାଇଛି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଉପସ୍ଥାପିତ କରିଥିବା ନୂଆ ଆୟକର ବିଲ୍ରେ ଧାରା ଓ ସିଡ୍ୟୁଲ ସଂଖ୍ୟା ଅଧିକ ରହିଛି। ସାଧାରଣତଃ ଦେଖାଯାଇଛି ଯେ ଟିକସ ଦେବା ସମୟରେ କରଦାତାମାନେ ମୂଲ୍ୟାୟନ ଏବଂ ଆର୍ଥିକ ବର୍ଷ ବିଷୟରେ ଦ୍ୱନ୍ଦ୍ୱରେ ପଡୁଥିଲେ। କିନ୍ତୁ ଏବେ ଏଗୁଡ଼ିକୁ ଦୂର କରି ନୂଆ ଆଇନ୍ ଅନୁସାରେ କେବଳ ଟିକସ ବର୍ଷ ବ୍ୟବହାର କରାଯିବ।ନୂତନ ବିଲ ‘ମୂଲ୍ୟାୟନ ବର୍ଷ’ ଶବ୍ଦକୁ ‘କର ବର୍ଷ’ ସହିତ ବଦଳାଇବ, ଯାହା ୧ ଏପ୍ରିଲରୁ ୩୧ ମାର୍ଚ୍ଚ ପର୍ଯ୍ୟନ୍ତ ୧୨ ମାସର ଅବଧି ହେବ।ନୂତନ ବ୍ୟବସାୟ ପାଇଁ ଟିକସ ବର୍ଷ: ଯଦି ଏକ ନୂତନ ବ୍ୟବସାୟ କିମ୍ବା କାମ ଆରମ୍ଭ କରାଯାଏ, ତେବେ ଏହାର ଟିକସ ବର୍ଷ ସେହି ଦିନରୁ ଆରମ୍ଭ ହେବ ଏବଂ ସେହି ଆର୍ଥିକ ବର୍ଷର ଶେଷରେ ଶେଷ ହେବ। ଉଦାହରଣ ସ୍ୱରୂପ, ୧ ଏପ୍ରିଲ୍, ୨୦୨୫ ରୁ ୩୧ ମାର୍ଚ୍ଚ, ୨୦୨୬ ପର୍ଯ୍ୟନ୍ତ, ଟିକସ ବର୍ଷ ୨୦୨୫-୨୬ ହେବ। ଅର୍ଥାତ୍, ଆର୍ଥିକ ବର୍ଷର ସମ୍ପୂର୍ଣ୍ଣ ୧୨ ମାସକୁ ଏବେ ଟିକସ ବର୍ଷ କୁହାଯିବ।ଅଧିକ ଗୁରୁତ୍ବପୂର୍ଣ୍ଣ ଖବର ପଢିବା ପାଇଁ ଆମକୁ ଏବେ ଫୋଲୋ (Follow) କରନ୍ତୁ । ଅନ୍ୟଙ୍କୁ ସେୟାର କରନ୍ତୁ ।