ଭୁବନେଶ୍ଵର-କଟକ କମିଶନରେଟ ପୁଲିସର କମିଶନର ଭାବେ ଦାୟିତ୍ଵ ଗ୍ରହଣ କରିଛନ୍ତି ବରିଷ୍ଠ ଆଇପିଏସ ଅଧିକାରୀ ସୁରେଶ ଦେବଦତ୍ତ ସିଂହ।ଖବର ଅନୁଯାୟୀ, ରବିବାର ରାଜ୍ୟ ସରକାରଙ୍କ ପକ୍ଷରୁ ଆଇପିଏସ୍ ସ୍ତରରେ ଅଦଳବଦଳ ହୋଇଥିଲା । ଯେଉଁଥିରେ କଟକ-ଭୁବନେଶ୍ୱରର କମିଶନର ଥିବା ସଞ୍ଜୀବ ପଣ୍ଡାଙ୍କ ବଦଳି କରାଯାଇଥିଲା । ତାଙ୍କ ବଦଳରେ ୧୯୯୮ ବ୍ୟାଚର ବରିଷ୍ଠ ଆଇପିଏସ୍ ସୁରେଶ ଦେବଦତ୍ତ ସିଂହଙ୍କୁ ଦାୟିତ୍ୱ ଦିଆଯାଇଥିଲା । ରବିବାର ବଦଳି ହେବା ପରେ ସୋମବାର ଦିନ ଅପରାହ୍ନ ସମୟରେ ଟ୍ୱିନ୍ ସିଟିର ନୂତନ କମିଶନର ଭାବେ ଦାୟିତ୍ୱ ସମ୍ଭାଳିଛନ୍ତି ଆଇପିଏସ୍ ସୁରେଶ ଦେବଦତ୍ତ ସିଂହ । ତେବେ ସିଂହଙ୍କ ପ୍ରତିକ୍ରିୟା କହିଛନ୍ତି ଯେ ପୋଲିସ ଏକା ସାଙ୍ଗରେ କଠୋର ଓ ନରମ ଆଭିମୁଖ୍ୟ ଗ୍ରହଣ କରିବ। ଅପରାଧୀଙ୍କ ପ୍ରତି କଠୋର, ଲୋକଙ୍କ ପ୍ରତି ନରମ ମନୋଭାବ ରହିବ ବପଲ୍ଲୀ କହିଛନ୍ତି