ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁଙ୍କ ଆଦିବାସୀ ପତ୍ନୀ କୁହାଯାଉଥିବା ବୁଧନୀ ମଞ୍ଝିୟାନଙ୍କ ପରଲୋକ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୦ ବର୍ଷ ହୋଇଥିଲା । ୧୯୫୯ ମସିହାରେ, ଯେତେବେଳେ ତାଙ୍କୁ ମାତ୍ର ୧୬ ବର୍ଷ ହୋଇଥିଲା ସେ ଏକ ଡ୍ୟାମ ପ୍ରକଳ୍ପରେ ଶ୍ରମିକ ଭାବରେ କାର୍ଯ୍ୟ କରୁଥିଲେ। ସେତେବେଳେ ଦେଶର ତତ୍କାଳୀନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ ଦାମୋଦର ଉପତ୍ୟକା ନିଗମର ପଞ୍ଚେତ ଡ୍ୟାମ ଏବଂ ହାଇଡ୍ରୋ ପାୱାର ପ୍ଲାଣ୍ଟର ଉଦଘାଟନ କରିବାକୁ ଆସିଥିଲେ। ଏହି ଅବସରରେ ନେହେରୁ ଶ୍ରମିକମାନଙ୍କ ପ୍ରତି ସମ୍ମାନ ପ୍ରଦର୍ଶନ ଭାବରେ ବୁଦ୍ଧନିଙ୍କୁ ଫୁଲମାଳ ପିନ୍ଧାଇ ଦେଇଥିଲେ। ସେବେଠାରୁ ତାଙ୍କୁ ନେହେରୁଙ୍କର ଆଦିବାସୀ ସ୍ତ୍ରୀ କୁହାଯିବା ଆରମ୍ଭ ହୋଇଥିଲା।
ଏହାପରେ ବୁଧନୀଙ୍କୁ ବିରୋଧ କରାଗଲା ଓ ସମ୍ପ୍ରଦାୟରୁ ବାସନ୍ଦ କରାଗଲା । ବୁଧନୀ ସାନ୍ଥାଳ ଜନଜତିର ମହିଳା । ସେତେବେଳେ କୁହାଗଲା ଯେ ନିଜ ସମୁଦାୟ ବାହାରେ ତାଙ୍କ ବିହାର ହୋଇଛି ଓ ଏଥିପାଇଁ ବହିଷ୍କାର କରାଯାଉଛି ।ସେବେଠାରୁ ସେ ଗାଁ ବାହାରେ ଏକ ବାସନ୍ଦ ଜୀବନ ବିତାଇ ଆସୁଥିଲେ। ପରବର୍ତ୍ତୀ ସମୟରେ ବୁଧନୀ ଜଣେ ଶ୍ରମିକଙ୍କୁ ବିବାହ କରିଥିଲେ। ୧୯୮୫ରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ ଆସନସୋଲ ଗସ୍ତ କରିବାବେଳେ ଜଣେ ସ୍ଥାନୀୟ କଂଗ୍ରେସ ନେତା ବୁଧନୀଙ୍କ ସମ୍ପର୍କରେ ତାଙ୍କୁ କହିଥିଲେ। ବୁଧନି ସେତେବେଳେ ରାଜୀବ ଗାନ୍ଧୀଙ୍କୁ ଭେଟିଥିଲେ। ପରେ ବୁଧନୀଙ୍କୁ ଦାମୋଦର ଭ୍ୟାଲି କର୍ପୋରେସନ (ଡିଭିସି)ରେ ଏକ ଚାକିରି ମିଳିଥିଲା। ୨୦୦୫ରେ ସେ ଚାକିରିରୁ ଅବସର ନେଇଥିଲେ।ଅଧିକ ଗୁରୁତ୍ବପୂର୍ଣ୍ଣ ଖବର ପଢିବା ପାଇଁ ଆମକୁ ଏବେ ଫୋଲୋ (Follow) କରନ୍ତୁ । ଅନ୍ୟଙ୍କୁ ସେୟାର କରନ୍ତୁ ।