ଲିଉଡର ଲୋକପ୍ରିୟ ଗାୟିକାଙ୍କ ମଧ୍ୟରୁ ନେହା କକ୍କର ଜଣେ। ଏକଦା ଇଣ୍ଡିଆନ ଆଇଡଲ୍ ଶୋ’ରେ ପ୍ରତିଯୋଗୀ ଭାବେ ସାମିଲ ହୋଇଥିବା ଏହି ଗାୟିକା ଆଜି ସଫଳତାର ଶୀର୍ଷରେ। ଲୋକପ୍ରିୟତା ଯୋଗୁ ସମାନ ଶୋ’ରେ ବିଚାରପତି ଆସନ ସେ ଅଳଙ୍କୃତ କରିଛନ୍ତି। ସାରା ବିଶ୍ୱରେ ନେହା ଲାଇଭ୍ କନସର୍ଟ କରିଥାନ୍ତି। ହେଲେ ଏବେ ଏକ ଲାଇଭ୍ ଶୋ’ରେ ତାଙ୍କୁ ଭୋ ଭୋ ହୋଇ କାନ୍ଦୁଥିବା ଦେଖାଯାଇଛି।ଏଭଳି ଘଟଣା ଘଟିଛି ମେଲବର୍ଣ୍ଣରେ ଏକ କନସର୍ଟ ସମୟରେ । ଯେଉଁଠାରେ ନେହା ଲାଇଭ୍ ପରଫର୍ମାନ୍ସ ସମୟରେ କାନ୍ଦିଥିବାର ଦେଖିବାକୁ ମିଳିଥିଲା । ନେହା ତାଙ୍କ ସୋ’ ପାଇଁ ତିନି ଘଣ୍ଟା ବିଳମ୍ବରେ ପହଞ୍ଚିଥିଲେ, ଯାହା ଫଳରେ ଦର୍ଶକ ନେହାଙ୍କ ଉପରେ ରାଗିଯାଇ ଫେରିଯିବାକୁ କହିଥିଲେ । ନେହା କକ୍କର ୩ ଘଣ୍ଟା ବିଳମ୍ବରେ ପହଞ୍ଚିବା ପରେ ମଧ୍ୟ ଦର୍ଶକଙ୍କ ମଧ୍ୟରେ ଥିବା କିଛି ଲୋକ ତାଙ୍କୁ ସମାଲେୋଚନା କରି କହିଥିଲେ ,ଏହା ଭାରତ ନୁହେଁ କି ଆପଣଙ୍କର ଆଇଜିଟି ସୋ’ ନୁହେଁ । ଯଦିଓ ନେହା ନିଜ ଭୁଲ ପାଇଁ ପ୍ରଶଂସକଙ୍କୁ କ୍ଷମା ମାଗିଥିଲେ, କିନ୍ତୁ ତାଙ୍କୁ ବିରୋଧ କରିବା ପରେ ସେ ମଞ୍ଚରେ କାନ୍ଦିବା ଆରମ୍ଭ କରିଥିଲେ । ବିଳମ୍ବରେ ପହଞ୍ଚିଥିବା ଲାଗି ସେ କ୍ଷମା ମାଗିଥିଲେ ହେଁ ପ୍ରଶଂସକଙ୍କ ରାଗ ଶାନ୍ତ ହୋଇ ନ ଥିଲା।ଯଦି ଆପଣଙ୍କୁ ଏହି ଖବର ଭଲ ଲାଗିଥାଏ ତେବେ ଅନ୍ୟଙ୍କୁ ଶେୟାର କରନ୍ତୁ