୨୦୨୩-୨୪ ଆର୍ଥିକ ବର୍ଷରେ ମୋଟ୍ ୧,୦୬,୧୫୦ ସଂଖ୍ୟକ ଔଷଧର କ୍ବାଲିଟି ଚେକ୍ କରାଯାଇଥିଲା । ଏଥିରେ ୨,୯୮୮ଟି ଔଷଧ ମାନ ପରୀକ୍ଷାରେ ବିଫଳ ହୋଇଛି । ସେହିପରି ୨୮୨ଟି ଔଷଧ ନକଲି ଥିବା ସରକାରୀ ତଥ୍ୟରୁ ଜଣାପଡ଼ିଛି । ଏହି ଔଷଧର ଉତ୍ପାଦନ, ବିକ୍ରି ଏବଂ ବିତରଣ ପାଇଁ ୬୦୪ଟି ମାମଲାରେ କାର୍ଯ୍ୟାନୁଷ୍ଠାନ ହୋଇଛି ।ଏପର୍ଯ୍ୟନ୍ତ ୫୦୦ରୁ ଉର୍ଦ୍ଧ୍ୱ ସ୍ଥାନରେ ଛାନ୍ଭିନ୍ କରାଯାଇଛି । କମ୍ପାନୀଗୁଡ଼ିକୁ ଉତ୍ପାଦନ ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦିଆଯିବା ସହ ସେମାନଙ୍କ ଲାଇସେନ୍ସ ମଧ୍ୟ ରଦ୍ଦ କରାଯାଉଥିବା ବରିଷ୍ଠ ଅଧିକାରୀ ଜଣକ କହିଛନ୍ତି ।ସରକାର ବିଭିନ୍ନ ରାଜ୍ୟରେ ଫାର୍ମା କମ୍ପାନିଗୁଡ଼ିକ ଉପରେ ଚଢ଼ଉ କରୁଛନ୍ତି ଏବଂ ଆଇନ ଉଲ୍ଲଂଘନ କରୁଥିବା କମ୍ପାନିଗୁଡ଼ିକ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି । ଏହା ସହିତ ସେମାନଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି |ଅଧିକ ଗୁରୁତ୍ବପୂର୍ଣ୍ଣ ଖବର ପଢିବା ପାଇଁ ଆମକୁ ଏବେ ଫୋଲୋ (Follow) କରନ୍ତୁ । ଅନ୍ୟଙ୍କୁ ସେୟାର କରନ୍ତୁ ।