ଗତକାଲି ଦୁଇ ରଥ ଦକ୍ଷିଣ ମୋଡ଼ କରାଯାଇଥିବା ବେଳେ ଆଜି ସକାଳ ୯ ସମୟରେ ନନ୍ଦିଘୋଷ ରଥକୁ ଦକ୍ଷିଣମୋଡ଼ କରାଯାଇ ସରଧାବାଲି ନାକଚଣା ଦ୍ୱାରରେ ଲଗାଯାଇଛି । ରଥ ବିଜେ ପାଇଁ ଶରଧାବାଲିକୁ ପରିଷ୍କାର ପରିଚ୍ଛନ୍ନ କରାଯାଇ ବାଲି ବିଛାଯାଇଛି । କାଲି ପୂର୍ବାହ୍ନରେ ମୁଖ୍ୟ ବିଶ୍ବକର୍ମା, ଭୋଇ ସେବକ, କମାର ସେବକ, ଇଞ୍ଜିନିୟର ଓ ରଥ ଯାଞ୍ଚ କମିଟିଙ୍କ ତତ୍ତ୍ବାବଧାନରେ ରଥର ସ୍ଥିତି ଅନୁଧ୍ୟାନ କରାଯାଇଥିଲା । ତେବେ ଗତକାଲି ତିନି ରଥକୁ ନାକଚଣା ଦ୍ୱାର ନିକଟକୁ ଆଣିବା ପାଇଁ ପୂର୍ବରୁ ନୀତି ନିର୍ଘଣ୍ଟ ହୋଇଥିଲା ।କିନ୍ତୁ ସନ୍ଧ୍ୟା ହୋଇଯିବାରୁ ଓ ବର୍ଷା ବାଧକ ସାଜିବାରୁ ନନ୍ଦିଘୋଷ ରଥ ଟଣା ହୋଇପାରିନଥିଲା ।