ଗଦର-୨ର ଅଭୂତପୂର୍ବ ସଫଳତାର ମାତ୍ର ବର୍ଷକ ପରେ ବନବାସ ସିନେମା ନେଇ ଆସିଥିଲେ ନିର୍ଦ୍ଦେଶକ ଅନୀଲ ଶର୍ମା। ବିଭିନ୍ନ ଏଜେନ୍ସ ପକ୍ଷରୁ ସିନେମାଟିକୁ ଭଲ ରେଟିଂ ବି ମିଳିଛି। କିନ୍ତୁ ଅବଶୋଷ ଗଦର-୨ପରି ଓପନିଂ କରିପାରି ନାହିଁ ବନବାସ, ବରଂ ଚଳିତ ବର୍ଷ ସବୁଠାରୁ ଖରାପ ଓପନିଂ କରିଛି ଏହି ସିନେମା। ଦିନକରେ ବକ୍ସ ଅଫିସ କଲେକ୍ସନ ମାତ୍ର ୬୦ ଲକ୍ଷ ଟଙ୍କା।ଫିଲ୍ମ ମାଧ୍ୟମରେ ନିର୍ଦ୍ଦେଶକ ଅନିଲ ପୁଣିଥରେ ତାଙ୍କ ପୁଅ ଉତ୍କର୍ଷଙ୍କୁ ବଲିଉଡ୍ରେ ନିଜର ଦକ୍ଷତା ପ୍ରମାଣିତ କରିବାର ସୁଯୋଗ ଦେଇଛନ୍ତି । ତେବେ ‘ବନବାସ’ ଫିଲ୍ମରେ ‘ଗଦର ୨’ରେ ମୁସ୍କାନ ଚରିତ୍ର କରି ପ୍ରସିଦ୍ଧି ଲାଭ କରିଥିବା ଅଭିନେତ୍ରୀ ସିମରତ କୌରଙ୍କୁ ମଧ୍ୟ ଦେଖିବାକୁ ମିଳିବ । ଏହି ଫିଲ୍ମରେ ଅନ୍ୟମାନଙ୍କ ମଧ୍ୟରେ ହାସ୍ୟ ଅଭିନେତା ରାଜପାଲ ଯାଦବ ଏବଂ ଅଭିନେତ୍ରୀ ଖୁସ୍ବୁ ସୁନ୍ଦର ମଧ୍ୟ ନଜରକୁ ଆସିବେ । ସିନେମାର ଫ୍ୟାନ୍ ଆଟ୍ରାକ୍ସନ ହେଲେ ରିୟଲ ଆକ୍ଟର ନାନା ପାଟେକର। ହେଲେ ବକ୍ସ ଅଫିସ କଲେକ୍ସନ ଦେଖିଲେ ଲାଗୁଛି ଅନୀଲ ଶର୍ମା ପ୍ଲାନ୍ ବୋଧେ ଫେଲ୍ ମାରିଛି। ଶୁକ୍ରବାର ସିନେମାର ପ୍ରଭାବ ଦେଖିଲେ ଥିଏଟରରେ ମାତ୍ର ୯ ପ୍ରତିଶତ ସିଟ୍ ଫୁଲ୍ ଥିଲା। ଅନ୍ୟ ସହର ଅପେକ୍ଷା ମୁମ୍ବାଇ,ପୁଣେ, କୋଲକାତା ଓ ଦିଲ୍ଲୀ ଏନ୍ସିଆରରେ ଏହି ସିନେମାଟିକୁ ଲୋକେ ଅଧିକ ଦେଖିଥିଲେ।ଅଧିକ ଗୁରୁତ୍ବପୂର୍ଣ୍ଣ ଖବର ପଢିବା ପାଇଁ ଆମକୁ ଏବେ ଫୋଲୋ (Follow) କରନ୍ତୁ । ଅନ୍ୟଙ୍କୁ ସେୟାର କରନ୍ତୁ ।