ଭଦ୍ରକ ଗ୍ରାମାଞ୍ଚଳ ଥାନା ବନ୍ଧଗାଁ ପଞ୍ଚାୟତରେ ପୁଣି ଏକ ହତ୍ୟାକାଣ୍ଡ ଘଟିଛି। ୬ ମାସ ପରେ ଆଉ ଏକ ହତ୍ୟାକାଣ୍ଡ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଛି। ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ବନ୍ଧ ଗାଁ ଗ୍ରାମର ଗଗନ ମଲ୍ଲିକ ଗତକାଲି ମଧ୍ୟାହ୍ନ ସମୟରେ ମଦ୍ୟପାନ କରିବାକୁ ଗ୍ରାମର ରବୀନ୍ଦ୍ର ମଲ୍ଲିକଙ୍କ ଘରକୁ ଯାଇଥିଲେ । କିଛି ସମୟ ପରେ ଗଗନ ମଲ୍ଲିକ ଅଚେତ ଅବସ୍ଥାରେ ପଡ଼ିଥିବା ଗାଁର ଜଣେ ବ୍ୟକ୍ତି ଦେଖି ତାଙ୍କ ଭାଇଙ୍କୁ ଫୋନ କରିଥିଲେ । ପରିବାର ଲୋକ ଗଗନଙ୍କୁ ଅଚେତ ଅବସ୍ଥାରେ ଉଦ୍ଧାର କରି ଭଦ୍ରକ ମେଡିକାଲରେ ଭର୍ତ୍ତି କରିଥିଲେ ।
ଗଗନଙ୍କର ମୃତ୍ୟୁ ହୋଇଯାଇଥିବା ଡାକ୍ତର କହିଥିଲେ । ଗଗନଙ୍କ ଶରୀରର ବିଭିନ୍ନ ସ୍ଥାନରେ ନିଆଁ କି ଗରମ ଜିନିଷ ପ୍ରକୋପରେ ଚମଡା ଗୁଡିକ ବାହାରି ଯାଇଥିବା ପରିବାର ଲୋକ ଦେଖିବାକୁ ପାଇଥିଲେ ।ଅପରପକ୍ଷେ ଗ୍ରାମାଞ୍ଚଳ ପୋଲିସ ଏହି ଘଟଣାରେ ୩ଜଣଙ୍କୁ ଅଟକ ରଖିଛି।