ପୁଣି ଚର୍ଚ୍ଚାରେ ରିଆଲିଟି ଶୋ’ ବିଗ୍ ବସ୍ ୧୭ ବିଜେତା ମୁନାଓ୍ବର ଫାରୁକି। ଏଥର କିନ୍ତୁ ବିଷୟ ବ୍ୟକ୍ତିଗତ କିମ୍ବା କର୍ମ ଜୀବନକୁ ନେଇ ନୁହେଁ ବରଂ ଗାଙ୍ଗଷ୍ଟର ଲରେନ୍ସ ବିଶ୍ନୋଇଙ୍କୁ ନେଇ। ବାବା ସିଦ୍ଧକିଙ୍କ ପରେ ମୁନାଓ୍ବର ବିଶ୍ନୋଇ ଗ୍ୟାଙ୍ଗର ଟାର୍ଗେଟରେ ଅଛନ୍ତି। ମୁମ୍ବାଇ ପୁଲିସର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ମୁନୱାରଙ୍କୁ ପୁଲିସ ପକ୍ଷରୁ ସୁରକ୍ଷା ଯୋଗାଇ ଦିଆଯାଇଛି। ତାଙ୍କୁ ହତ୍ୟା ଧମକ ମିଳିବା ପରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। କେଉଁ ଗ୍ୟାଙ୍ଗ୍ ଏହି ଧମକ ଦେଇଛି, ତାହା ସ୍ପଷ୍ଟ ହୋଇପାରୁ ନାହିଁ। ତଥାପି ଏହା ପଛରେ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ହାତ ଥିବା ସନ୍ଦେହ କରାଯାଉଛି। ଏଥିପାଇଁ ତାଙ୍କ ସୁରକ୍ଷା ବ୍ୟବସ୍ଥାକୁ ବଢାଇ ଦିଆଯାଇଥିବା ପୁଲିସ କହିଛି।କିଛିଦିନ ପୂର୍ବେ ରାଜନେତା ବାବା ସିଦ୍ଧକିଙ୍କ ହତ୍ୟା କରାଯାଇଥିଲା। ଏହି ହତ୍ୟା ପଛରେ ବିଶ୍ନୋଇ ଗ୍ୟାଙ୍ଗ ରହିଥିବା ସ୍ପଷ୍ଟ ହୋଇଛି। ଏବେ ବଲିଉଡ ଅଭିନେତା ସଲମାନ ଖାନ୍ଙ୍କ ଉପରେ ମଧ୍ୟ ବିପଦ ଦେଖାଦେଇଛି।