IPL ୨୦୨୫ର ଆଉ ଏକ ରୋମାଞ୍ଚକର ମ୍ୟାଚ୍ରେ ଲକ୍ଷ୍ନୌ ସୁପରଜାଏଣ୍ଟ୍ସ ଶେଷ ଓଭରରେ କୋଲକାତା ନାଇଟ ରାଇଡର୍ସକୁ ୪ ରନ୍ରେ ପରାସ୍ତ କରିଛି। ଇଡେନ ଗାର୍ଡେନ୍ସରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ଚାରିଶହ ପଚାଶରୁ ଅଧିକ ରନ ହୋଇଥିଲା। ପ୍ରଥମେ ବ୍ୟାଟିଂ କରି ଲକ୍ଷ୍ନୌ ନିକୋଲାସ ପୁରନ ଏବଂ ମିଚେଲ ମାର୍ଶଙ୍କ ବିସ୍ଫୋରକ ଇନିଂସ ବଳରେ ୨୩୮ ରନର ବିଶାଳ ସ୍କୋର କରିଥିଲା। ଜବାବରେ ମାତ୍ର ୧୪ ଓଭରରେ ୧୬୬ ରନ କରିବା ପରେ ବିଜୟ ଆଡକୁ ଅଗ୍ରସର ହେଉଥିବା କୋଲକାତା ଶେଷ ଓଭରରେ ଟ୍ରାକରୁ ଚାଲିଯାଇଥିଲା ଏବଂ ୨୦ ଓଭରରେ କେବଳ ୨୩୪ ରନ କରିପାରିଥିଲା। ସେହିଭଳି ଓ୍ବାଙ୍ଖଡେରେ ରୟାଲ ଚାଲେଞ୍ଜର୍ସ ବେଙ୍ଗାଲୁରୁର ବ୍ୟାଟିଂ ବିସ୍ଫୋରଣ । ମୁମ୍ବାଇ ଇଣ୍ଡିଆନ୍ସ ସାମ୍ନାରେ ରନ୍ର ପାହାଡ଼ ଛିଡ଼ା କଲା ଆରସିବି । ୨୦ ଓଭରରେ ୨୨୧ ରନ୍ର ବିଶାଳ ସ୍କୋର କରିଛି । ଫଳରେ ମୁମ୍ବାଇ ଆଗରେ ୨୨୨ ରନ୍ର ବିଜୟ ଲକ୍ଷ୍ୟ ରହିଛି । ବେଙ୍ଗାଲୁରୁ ପକ୍ଷରୁ ବିରାଟ୍ କୋହଲି ଏବଂ ଅଧିନାୟକ ରଜତ୍ ପାଟିଦାର ଅର୍ଦ୍ଧଶତକୀୟ ଇନିଂସ ଖେଳିଛନ୍ତି ।