୧୯୯୭ ମସିହାରୁ ଆରମ୍ଭ ହୋଇ ପ୍ରାୟ ୮ ବର୍ଷ ଧରି ପ୍ରସାରିତ ହୋଇଥିବା ଏହି ଧାରାବାହିକ ‘ଶକ୍ତିମାନ’ ପୁନଃ ଆରମ୍ଭ ନେଇ ଘୋଷଣା କରିଛନ୍ତି ମୁକେଶ ଖାନ୍ନା ।ମୁକେଶ ଖାନ୍ନା ନିଜ ଇନଷ୍ଟାଗ୍ରାମ ଓ ୟୁଟ୍ୟୁବ୍ ପେଜରେ ଏକ ଟିଜର ଓ ପୋଷ୍ଟର ଶେୟାର କରି ‘ଶକ୍ତିମାନ’ର ବହୁପ୍ରତୀକ୍ଷିତ ପ୍ରତ୍ୟାବର୍ତ୍ତନ ଘୋଷଣା କରିଛନ୍ତି। ଏହି ପୋଷ୍ଟର କ୍ୟାପସନରେ ସେ ଲେଖିଛନ୍ତି, ‘ବର୍ତ୍ତମାନ ତାଙ୍କ ଫେରିବାର ସମୟ ଆସିଛି.. ଆମର ପ୍ରଥମ ଭାରତୀୟ ସୁପର ଶିକ୍ଷକ- ସୁପର ହିରୋ.. ଯେହେତୁ ଆଜିକାଲିର ପିଲାଙ୍କୁ ଅନ୍ଧକାର ଏବଂ ଆସୁରୀକ ଶକ୍ତି କବଳ କରିଛି, ତେଣୁ ତାଙ୍କୁ ପ୍ରତ୍ୟାବର୍ତ୍ତନର ସମୟ ଆସିଛି.. ସେ ଏକ ବାର୍ତ୍ତା ନେଇ ଫେରୁଛନ୍ତି.. ସେ ଆଜିର ପିଢ଼ି ପାଇଁ ଏକ ଶିକ୍ଷା ସହ ଫେରୁଛନ୍ତି.. ତାଙ୍କୁ ଦୁଇ ହାତରେ ସ୍ୱାଗତ କରନ୍ତୁ..।’ ତେବେ ଏହି ଟିଜର ରିଲିଜ ହେବା ମାତ୍ରେ ପ୍ରଶଂସକମାନେ ଏହାକୁ ବହୁ ମାତ୍ରାରେ ପସନ୍ଦ କରିଛନ୍ତି। ଅନେକ ୟୁଜର୍ସ କମେଣ୍ଟ ଜରିଆରେ ନିଜ ଉତ୍ସାହ ପ୍ରକାଶ କରିଛନ୍ତି।ଅଧିକ ଗୁରୁତ୍ବପୂର୍ଣ୍ଣ ଖବର ପଢିବା ପାଇଁ ଆମକୁ ଏବେ ଫୋଲୋ (Follow) କରନ୍ତୁ ।