ମୁଖରୁ ଦୁର୍ଗନ୍ଧ ବାହାରୁଥିଲେ, ପାନମଧୁରୀ ହେଉ କିମ୍ବା ଗୁଜୁରାତି ଖାଇଲେ ଏହି ସମସ୍ୟାରୁ କେତେକାଂଶରେ ମୁକ୍ତି ମିଳିଥାଏ। ପାଚନକ୍ରିୟାରେ ବି ଏହା ଅନେକ ସହାୟକ ହୋଇଥାଏ। ତେବେ ଆପଣ ଲେମ୍ବୁପାଣିରେ କୁଳୁକୁଞ୍ଚା କଲେ ବି ମୁଖ ଦୁର୍ଗନ୍ଧ ଦୂର ହୋଇଥାଏ। କାରଣ ଲେମ୍ବୁରେ ଭରି ରହିଥିବା ଆଣ୍ଟିସେପ୍ଟିକ୍ ତଥା ଆଣ୍ଟି ବ୍ୟାକ୍ଟେରିଆଲ୍ ଗୁଣ ମୁଖ ଭିତରେ ଦୁର୍ଗନ୍ଧ ସୃଷ୍ଟି କରାଉଥିବା ବ୍ୟାକ୍ଟେରିଆର ବଂଶବୃଦ୍ଧିକୁ ନିୟନ୍ତ୍ରଣରେ ରଖିବାରେ ସହାୟକ ହୋଇଥାଏ। ନଚେତ ଲବଙ୍ଗ ଚୋବାଇଲେ ଏହି ସମସ୍ୟାରୁ ଅନେକାଂଶରେ ଫାଇଦା ମିଳିଥାଏ। ଯଦି ସମ୍ଭବ ହୁଏ ନିମ୍ବକାଠିରେ ଦାନ୍ତ ଘଷିଲେ ମୁଖ ଦୁର୍ଗନ୍ଧ ଦୂର ହୋଇଥାଏ ବୋଲି ବିଶ୍ୱାସ ରହିଛି।ଅଧିକ ଗୁରୁତ୍ବପୂର୍ଣ୍ଣ ଖବର ପଢିବା ପାଇଁ ଆମକୁ ଏବେ ଫୋଲୋ (Follow) କରନ୍ତୁ । ଅନ୍ୟଙ୍କୁ ସେୟାର କରନ୍ତୁ ।