ମାତୃ ଦିବସ ହେଉଛି ମା’ଙ୍କ ପ୍ରେମ, ତ୍ୟାଗ ଏବଂ ସ୍ନେହକୁ ସମ୍ମାନ ଜଣାଇବା ପାଇଁ ପାଳିତ ଏକ ସ୍ୱତନ୍ତ୍ର ଦିନ । ତାକୁ ମନେ ପକାଇବା ପାଇଁ ଗୋଟିଏ ଦିନ ଯଥେଷ୍ଟ ନୁହେଁ । ଆଜି ସେ ସ୍ବର୍ଗୀୟ ଦାନର ଦିନ ଅର୍ଥାତ୍ ବିଶ୍ବ ମାତୃ ଦିବସ ।ସନ୍ତାନର ପ୍ରଥମ ଶିକ୍ଷକ ମାଆ । ହାତ ଧରି ଚାଲି ଶିଖାଏ । ଚଳନ, ଆଚାର ବ୍ୟବହାର, ଶିଷ୍ଟାଚାର, ଭଦ୍ରତା, ନମନୀୟତା ଆଉ ଜୀବନ ଜିଇଁବାର କୌଶଳ ମଧ୍ୟ ମାଆ ଶିଖାଏ । ସେ ବିନା ଶିକ୍ଷାରେ ବି ପିଲାକୁ ମଣିଷ ଭଳି ମଣିଷ ହେବାର ପାଠ ପଢାଏ । ତା’ ନାମ କେବଳ ମାଆ ହୋଇଥାଇ ପାରେ ହେଲେ ତା’ ପରିଚୟ ଅନେକ ।ପ୍ରଥମେ ପ୍ରାଚୀନ ଗ୍ରୀସରେ ଆରମ୍ଭ ହୋଇଥିଲା ମାତୃ ଦିବସ । ପରେ 1908ରେ ଯୁକ୍ତରାଷ୍ଟ୍ରରେ ଏନା ଜାର୍ଭିସ ନାମକ ଜଣେ ଆମେରିକୀୟ ମହିଳା ମାତୃ ଦିବସ ପାଳନ କରିଥିଲେ । ସେ ନିଜ ମାଆକୁ ବହୁତ ଭଲ ପାଉଥିଲେ । ଯେତେବେଳେ ମାଆଙ୍କର ମୃତ୍ୟୁ ହୋଇଥିଲା ସେ ନିଜ ଜୀବନ ମାଆ ପାଇଁ ଉତ୍ସର୍ଗ କରିଦେଇଥିଲେ । ମାଆଙ୍କ ମୃତ୍ୟୁ ପରେ ସ୍ମୃତିରେ ଏହି ଦିନକୁ ‘ମଦର୍ସ ଡେ’ ଭାବେ ପାଳନ କରିବା ଆରମ୍ଭ କରିଥିଲେ । ପରେ 1914 ମସିହା ମେ’ 8 ତାରିଖରେ ଆମେରିକାର ତତ୍କାଳୀନ ରାଷ୍ଟ୍ରପତି ଉଡ୍ରୋ ଓ୍ବିଲସନ ମାତୃ ଦିବସ ପାଳନ କରିବା ଆରମ୍ଭ କରିଥିଲେ । ଏହାପରେ ଆମେରିକୀୟ ସଂସଦରେ ଏହି ଆଇନ ପାରିତ ହୋଇଥିଲା । ସେହିଦିନ ଠାରୁ ମାତୃ ଦିବସ ପାଳନ କରାଯାଉଛି । ମେ’ ମାସର ଦ୍ୱିତୀୟ ରବିବାରକୁ ‘ମଦର୍ସ ଡେ’ ରୂପେ ପାଳନ କରାଯାଉଛି । ପରେ ପରେ ୟୁରୋପ, ଭାରତ ଓ ଅନ୍ୟ ଦେଶରେ ଏହାକୁ ସ୍ବୀକୃତି ମିଳିଥିଲା ।ଅଧିକ ଗୁରୁତ୍ୱପୂର୍ଣ ଖବର ପାଇଁ ଆମକୁ ଫୋଲୋ (FolIow) କରନ୍ତୁ ।