ପାଣିପାଗକୁ ନେଇ ବଡ଼ ଖବର । ଚାଷୀଙ୍କୁ ସତର୍କ ସୂଚନା । ପୁଣି ଆସୁଛି ଲଘୁଚାପ । ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ ସୃଷ୍ଟି ହେବାକୁ ଯାଉଛି । ଏ ନେଇ ପୂର୍ବାନୁମାନ କରିଛି ଭୁବନେଶ୍ବର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ । ଆଗାମୀ ୨୪ ଘଣ୍ଟାରେ ଲଘୁଚାପ ସୃଷ୍ଟି ହେବା ସମ୍ଭାବନା ରହିଛି। ଗାଙ୍ଗେୟ ପଶ୍ଚିମବଙ୍ଗ ଓ ଏହାର ଆଖପାଖରେ ସୃଷ୍ଟି ସମ୍ଭାବନା ରହିଛି।ରବିବାର ବିଭିନ୍ନ ଜିଲାକୁ ବର୍ଷା ଓ ବଜ୍ରପାତ ନେଇ ସତର୍କ କରାଯାଇଛି।ଏହି ଲଘୁଚାପ ଓଡ଼ିଶା ସହିତ ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ ଏବଂ ଛତିଶଗଡ଼ ଆଦି ରାଜ୍ୟରେ ପ୍ରବଳ ବର୍ଷା କରାଇପାରେ । ମୟୁରଭଞ୍ଜ, ବାଲେଶ୍ୱର, ଭଦ୍ରକ, କଟକ, ଜଗତସିଂହପୁର, ପୁରୀ, ନୟାଗଡ଼ ,ଖୋର୍ଦ୍ଧା ଆଦିରେ ମଧ୍ୟ ମଧ୍ୟମରୁ ଭାରୀ ବର୍ଷା (୫୦-୧୫୦ ମିଲିମିଟର) ହେବାର ସମ୍ଭାବନା ରହିଛି । ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ମଧ୍ୟ ବିଶେଷ ସତର୍କତା ଜାରି ରଖାଯାଇଛି, କାରଣ ସେଠାରେ ମୋସୁମୀ ବାୟୁପ୍ରବାହ ଅଧିକ ସକ୍ରିୟ ରହିବ । ଏହି ଅତିବୃଷ୍ଟିର ପ୍ରଭାବ ୮ ଜୁଲାଇ ଯାଏଁ ରହିବ । ତା’ପରେ ଲଘୁଚାପ ଦୁର୍ବଳ ହୋଇଯିବା ସହିତ ବର୍ଷାର ପରିମାଣ ମଧ୍ୟ କମିବାର ସମ୍ଭାବନା ଅଛି । ତେବେ, ଏହି ସମୟ ମଧ୍ୟରେ ନଦୀଗୁଡ଼ିକର ଜଳସ୍ତର ବୃଦ୍ଧି ପାଇବା ନେଇ ଆଶଙ୍କା କରାଯାଉଛି ।