ମନୁଷ୍ୟ ଭଲ ଭାବରେ ଜାଣିଛି ଯେ ଟଙ୍କା ଦ୍ୱାରା ହିଁ କେବଳ ତା’ର ଜୀବନ ଉତ୍ତମ ହୋଇ ପାରିବ। ହେଲେ ଅନେକଙ୍କର କେବଳ ଗୋଟିଏ ଅଭି-ଯୋଗ ରହିଥାଏ ତାହା ହେଉଛି ଯେତେ ରୋଜଗାର କଲେ କଣ ପାଇଁ ଟଙ୍କା ରହୁ ନାହିଁ ଖର୍ଚ୍ଚ ହେଇ ଯାଉଛି। ତେବେ ଏହାପଛରେ ମୁଖ୍ୟ କାରଣ କଣ ରହିଛି ଏବଂ କେଉଁ ଦୁର୍ଗୁଣ ପାଇଁ ମନୁଷ୍ୟ ସହ ଏପରି ଘଟିଥାଏ। ଏହା ବିଷୟରେ ଜାଣନ୍ତୁ।
ସନାତନ ଧର୍ମରେ ଟଙ୍କାକୁ ଲକ୍ଷ୍ମୀ ବୋଲି କୁହାଯାଏ। ଗୁରୁବାରକୁ ଲକ୍ଷ୍ମୀଙ୍କ ବାର ବୋଲି ମଧ୍ୟ କୁହାଯାଏ। ତେବେ ଗୁରୁବାର ଦିନ ଆମିଷ ଖାଇବେ ନାହିଁ। ଗୁରୁବାରରେ ଚାଉଳ, ଖଇ, ଚୂଡା ଆଦି ଭାଜିବେ ନାହିଁ। ଲାଉ ରେ ଆମିଷ ମିଶାଇ ଭକ୍ଷଣ କରିବେ ନାହିଁ। ଭୋଜନ କରିବା ବେଳେ ଅର୍ଣ୍ଣ ତଳେ ପକେଇବେ ନାହିଁ। ନଚେତ ଧରିତ୍ରୀ ମାତା କ୍ରୋଧ କରିବେ। କାରଣ ତାଙ୍କୁ ଅର୍ଣ୍ଣ ଦାତ୍ରି ବୋଲି କୁହାଯାଏ। ଯଦି ଆମେ ଅର୍ଣ୍ଣ ପକେଇବା ତାହାଲେ ତାଙ୍କର ଅପମାନ ହୁଏ। ମୁହଁ ନ ଧୋଇ ଯଦି ଭୋଜନ କରିବେ, ନିଦରୁ ଊଠି ମୁହଁ ଯଦି ନ ଧୋଇବେ, ବିନା ଆସନରେ ଭୂମିରେ ବସିବେ, ଅନ୍ଧାର ଘରେ ଭୋଜନ କରିବେ ତେବେ ଏହି ପ୍ରକୃତି ଥିବା ଲୋକମାନଙ୍କ ପାଖରେ ଯେତେ ରୋଜଗାର କଲେ ମଧ୍ୟ ଧନ ରହେ ନାହିଁ।ସ୍ନାନ ପରେ ଶରୀରରେ ତେଲ ଲଗେଇବା ଆଜିର ମନୁଷ୍ୟର ଏକ ଅଭ୍ୟାସ ଅଟେ। ଏହା କରିବା ଦ୍ୱାରା ମନୁଷ୍ୟ ଅର୍ଥହାନୀ ସମସ୍ୟା ଦେଖା ଦେଇଥାଏ। ଏହିଭଳି ବଦଅଭ୍ୟାସ ଥିବା ମନୁଷ୍ୟ ପାଖରେ ଅର୍ଥାଭାବ ଦେଖା ଯିବାର ସମ୍ଭାବନା ରହିଛି।