ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ଦର୍ଶନ ପାଇଁ ଏକ ନିଆରା କାର୍ଯ୍ୟ କରି ଇତିହାସ ରଚିଛନ୍ତି ଜଣେ ୬ ବର୍ଷୀୟ ବାଳକ, ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ଉକ୍ତ ବାଳକ ଜଣକ ପଞ୍ଜାବର ଫାଜିଲକା ଜିଲ୍ଲାର କିଲିୟାବାଲି ଗ୍ରାମରେ ରହୁଥିବା ବେଳେ ନାମ ତାର ମୋହବ୍ବତ ବୋଲି ଜଣାପଡ଼ିଛି।୬ ବର୍ଷୀୟ ମୋହବତ୍ ରାମ ଦର୍ଶନ ପାଇଁ ଘରୁ ଚାଲି ଚାଲି ୧୦୦୦ କିମି ଦୂରତା ଅତିକ୍ରମ କରି ଆସି ଅଯୋଧ୍ୟାରେ ପହଞ୍ଚିଛି। ଏହି ବାଳକ ବିଷୟରେ ଜାଣିବା ପରେ ଲୋକେ କହୁଛନ୍ତି ଯେ, ପ୍ରଭୁ ଶ୍ରୀରାମଙ୍କର ଅନେକ ଭକ୍ତ ଅଛନ୍ତି, କିନ୍ତୁ ମୋହବତ୍ ପରି କେହି ନାହିଁ।ମୋହବତଙ୍କ ୫୫ ଦିନର କଠିନ ପରିଶ୍ରମ ଅଯୋଧ୍ୟାରେ ପହଞ୍ଚି ସଫଳ ହୋଇଛି। ତେବେ ଜାନୁଆରୀ ୧୧ ତାରିଖ ପ୍ରାଣ ପ୍ରତିଷ୍ଠା ବାର୍ଷିକ ଉତ୍ସବରେ ସେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଭେଟିବେ ଏବଂ ମୁଖ୍ୟମନ୍ତ୍ରୀ ମୋହବତଙ୍କୁ ସ୍ଵାଗତ କରିବେ ବୋଲି ଆଶା କରାଯାଉଛି।ଅଧିକ ଗୁରୁତ୍ବପୂର୍ଣ୍ଣ ଖବର ପଢିବା ପାଇଁ ଆମକୁ ଏବେ ଫୋଲୋ (Follow) କରନ୍ତୁ । ଅନ୍ୟଙ୍କୁ ସେୟାର କରନ୍ତୁ ।