ମିଥୁନ୍ ଚକ୍ରବର୍ତ୍ତୀଙ୍କୁ ଦାଦା ସାହେବ ଫାଲକେ ଆଓ୍ୱାର୍ଡ । ଭାରତୀୟ ସିନେମାକୁ ତାଙ୍କର ବଳିଷ୍ଠ ଅବଦାନ ପାଇଁ ତାଙ୍କୁ ଚଳିତ ବର୍ଷ ଦାଦା ସାହେବ ଫାଲକେ ଆଓ୍ୱାର୍ଡରେ ସମ୍ମାନିତ କରାଯିବ । ଆସନ୍ତା ଅକ୍ଟୋବର ୮ ତାରିଖରେ ନ୍ୟାସନାଲ ଫିଲ୍ମ ଆଓ୍ୱାର୍ଡ ସେରେମନୀରେ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯିବ । କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏନେଇ ସୂଚନା ଦେଇଛନ୍ତି । ଟ୍ଵିଟ୍ରେ ସେ ଲେଖିଛନ୍ତି, “ଭାରତୀୟ ସିନେମାରେ ତାଙ୍କର ଉଲ୍ଲେଖନୀୟ ଅବଦାନ ପାଇଁ କିମ୍ବଦନ୍ତୀ ଅଭିନେତା ମିଥୁନ ଚକ୍ରବର୍ତ୍ତୀଙ୍କୁ ପୁରସ୍କାର ପ୍ରଦାନ କରିବାକୁ ଦାଦାସାହେବ ଫାଲକେ ସିଲେକସନ ଜୁରି ଘୋଷଣା କରିବା ଗୌରବର ବିଷୟ। ଅକ୍ଟୋବର ୮ ରେ ୭୦ ତମ ନ୍ୟାସନାଲ ଫିଲ୍ମ ଆୱର୍ଡ ସେରମନିରେ ଏହି ପୁରସ୍କାର ପ୍ରଦାନ କରାଯିବ ।ସୂଚନାଥାଉ କି, ଭାରତୀୟ ସିନେମାର ସର୍ବୋଚ୍ଚ ପୁରସ୍କାର ହେଉଛି ଦାଦା ସାହେବ ଫାଲକେ ଆଓର୍ବାଡ। ମିଥୁନ ନିଜର ୪୮ବର୍ଷର କ୍ୟାରିୟରେ ୩୫୦ରୁ ଅଧିକ ଫିଲ୍ମରେ ଅଭିନୟ କରିଛନ୍ତି। କେବଳ ହିନ୍ଦୀ ନୁହେଁ ବଙ୍ଗଳା, ଓଡ଼ିଆ, ଭୋଜପୁରୀ ସହ ଦକ୍ଷିଣ ଭାରତୀୟ ଫିଲ୍ମରେ ମଧ୍ୟ ସେ ଅଭିନୟ କରିଛନ୍ତି।ଅଧିକ ଗୁରୁତ୍ବପୂର୍ଣ୍ଣ ଖବର ପଢିବା ପାଇଁ ଆମକୁ ଏବେ ଫୋଲୋ (Follow) କରନ୍ତୁ । ଅନ୍ୟଙ୍କୁ ସେୟାର କରନ୍ତୁ ।