ନିକଟରେ ସଲମାନ ଖାନ ଏବଂ ଶାହାରୁଖ ଖାନଙ୍କୁ ଧମକ ଦିଆଯାଇଥିଲା। ଏହା ପରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା। ଏଥି ସହ କୋଲକାତାରୁ ବଲିଉଡ ଅଭିନେତା ତଥା ବିଜେପି ନେତା ମିଥୁନ ଚକ୍ରବର୍ତ୍ତୀଙ୍କୁ ସର୍ବସାଧାରଣରେ ଧମକ ଦିଆଯାଇଛି।୧୫ ଦିନରେ କ୍ଷମା ନମାଗିଲେ ପରିଣାମ ଭୟାବହ ହେବ ବୋଲି ଚେତାବନୀ ଦେଇଛି ଦୁବାଇରେ ବସିଥିବା ପାକିସ୍ତାନୀ ଡନ୍ । ଏନେଇ ଦୁଇଟି ଭିଡିଓ ସାମ୍ନାକୁ ଆସିଛି, ଯେଉଁଥିରେ ସେ ମିଥୁନ ଚକ୍ରବର୍ତ୍ତୀଙ୍କ ବୟାନକୁ ଧମକ ଦେବା ସହ ଉପହାସ କରୁଥିବା ଦେଖିବାକୁ ମିଳିଛି ।ଅଧିକ ଗୁରୁତ୍ବପୂର୍ଣ୍ଣ ଖବର ପଢିବା ପାଇଁ ଆମକୁ ଏବେ ଫୋଲୋ (Follow) କରନ୍ତୁ ।