ମନ୍ଦିର ଭଳି ପବିତ୍ର ସ୍ଥାନରେ ନାବାଳିକାକୁ ଦୁଷ୍କର୍ମ। ତାହା ପୁଣି କରିଛନ୍ତି ମନ୍ଦିରର ପୂଜକ। ଯିଏକି ସବୁବେଳେ ଧର୍ମ ଚର୍ଚ୍ଚା କରନ୍ତି।ସମ୍ବଲପୁର ଜମନକିରା ଥାନା ଅଞ୍ଚଳରେ ଜଣେ ୧୧ ବର୍ଷୀୟା ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ । ଜମନକିରାର ମୁକ୍ତେଶ୍ବର ମନ୍ଦିର ପୂଜକ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ମନ୍ଦିର ଭୋଗ ମଣ୍ଡପ ନିକଟ ବିଶ୍ରାମ ଘରେ ନାବାଳିକାକୁ ଦୁଷ୍କର୍ମ କରିଛନ୍ତି ପୂଜକ ।ମନ୍ଦିରର ବିଶ୍ରାମ ଘରେ ନିଷ୍ପାପ ଝିଅଟିକୁ ପୂଜକ ଦୁଷ୍କର୍ମ କରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ପରିବାର ଲୋକଙ୍କ ଏତଲା ଆଧାରରେ ପୂଜକକୁ ପୋଲିସ ଥାନାରେ ଅଟକ ରଖିଛି।