ବର୍ତମାନ ସମୟରେ ଅଧିକାଂଶ ଲୋକ ଡାଇବେଟିସ୍ ବା ମଧୁମେହ ରୋଗରେ ପୀଡ଼ିତ। ଏହି ରୋଗ ହେଲେ ରକ୍ତରେ ଶର୍କରା ବା ମିଠା ଅଂଶ ବଢ଼ିଯାଇଥାଏ। ଶରୀରରେ ଇନ୍ସୁଲିନ ଠିକ୍ ଭାବେ କାମ କରି ନ ଥାଏ। ଏହି ରୋଗୀ ଶରୀରର ଅନ୍ୟ ଅଙ୍ଗଗୁଡ଼ିକ ପ୍ରଭାବିତ ହୋଇଥାଏ। ତେଣୁ ସୁଗାର ବା ଶର୍କରାର ସ୍ତର ନିୟନ୍ତ୍ରଣରେ ରଖିବା ପାଇଁ ଆମେ ମେଥି କୁ ବେବେହରା କରିପାରିବା | ଶରୀରରେ ଇନ୍ସୁଲିନ ତିଆରି କରିବାରେ ମେଥି ପାଣି ବେଶ୍ ଲାଭଦାୟକ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ଏକ ଗବେଷଣା ରୁ ଅଧୟନ କରିଛନ୍ତି ।
ମେଥିପାଣି ପ୍ରସ୍ତୁତ ପ୍ରଣାଳୀ:ରାତିରେ ୧/୨ ଚାମଚ ମେଥିକୁ ପାଣିରେ ଭିଜାଇ ରଖିଦିଅନ୍ତୁ। ସକାଳୁ ଖାଲିପେଟରେ ଏହି ପାଣିକୁ ଛାଣି ପିଅନ୍ତୁ। ଏପରି ସକାଳେ ସନ୍ଧ୍ୟାରେ ଦୁଇଥର ପିଅନ୍ତୁ। ଦେଖିବେ ଡାଇବେଟିସ୍ ରୋଗରୁ ଅଧିକାଂଶ ରେ ମୁକ୍ତି ମିଳିବ।
ଲାଭଦାୟକ ମେଥିପାଣି:ଡାଇବେଟିସ୍ ରୋଗୀଙ୍କ ପାଇଁ ମେଥିପାଣି ବେଶ୍ ଉପାଦେୟ। ଏହି ପାଣି ଶରୀରରେ ବ୍ଲଡ୍ ସୁଗାର ବା ରକ୍ତ ଶର୍କରା ସ୍ତର ନିୟନ୍ତ୍ରଣ କରିଥାଏ। ମେଥିରେ ଗେଲେକ୍ଟୋମ୍ୟାନନ୍ ନାମକ ଏକ ଫାଇବର ରହିଛି। ଯାହା ରକ୍ତରେ ସୁଗାର ଅବଶୋଷଣ କମ୍ କରିଥାଏ। ମେଥିପାଣି ନିୟମିତ ସେବନ କଲେ ଡାଇବେଟିସ୍ ନିୟନ୍ତ୍ରଣରେ ରହିଥାଏ। କିମ୍ୱା ମ୍ବ୍ଠି ଶାଗ ବି ଖାଦ୍ୟରେ ନେବା ଉଚିତ |ଅଧିକ ଗୁରୁତ୍ବପୂର୍ଣ୍ଣ ଖବର ପଢିବା ପାଇଁ ଆମକୁ ଏବେ ଫୋଲୋ (Follow) କରନ୍ତୁ । ଅନ୍ୟଙ୍କୁ ସେୟାର କରନ୍ତୁ ।