ରୋଗୀକୁ ଆଣିବାକୁ ଯାଇ ଅଧା ରାସ୍ତାରେ ଫସିଲା ଆମ୍ବୁଲାନ୍ସ ।ଗାଁ କୁ ଯାତାୟାତ ପାଇଁ ଭଲ ରାସ୍ତାଟିଏ ନଥିବାରୁ ରୋଗୀ ମରଣ ମୁହଁକୁ ଟାଣି ହେଉଛନ୍ତି ।ମାଲକାନଗିରି ଜିଲ୍ଲା ନାକାମାମୁଡ଼ି ପଞ୍ଚାୟତ ଅନ୍ତର୍ଗତ କରକାଗୁଡାର । ଗର୍ଭବତୀ ମହିଳାକୁ ମେଡିକାଲରେ ପ୍ରସବ ପାଇଁ ଆଣିବାକୁ ଯାଇଥିବା ଆମ୍ବୁଲାନ୍ସ ବିଳମ୍ବ ଯୋଗୁଁ ଶେଷରେ ଘରେ ପ୍ରସବ କଲେ ମହିଳା।କର୍କା ଗୁଡା ଗାଁ ର ଗର୍ଭବତୀ ମହିଳା ମାଲାବତି ବିଶୋଇ ଆମ୍ବୁଲାନ୍ସ ନ ପହଞ୍ଚିବାରୁ ନିଜ ଘରେ ପ୍ରସବ ହୋଇ ପୁତ୍ର ସନ୍ତାନ ଜନ୍ମ କରିଛି l ତାର ଧୀରେ ଧୀରେ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେଉଥିବା ବେଳେ ସେପଟେ ଘରେ ଆମ୍ବୁଲାନ୍ସ ପହଁଚିବା ବିଳମ୍ବ ହେଉଥାଏ । ଲୋକେ ଆମ୍ବୁଲାନ୍ସ ଡ୍ରାଇଭରକୁ ଫୋନ କଲେ ଯେତେବେଳେ ଅଧା ବାଟରେ କାଦୁଅରେ ଫସିଥିବା କହିଥିଲେ ଆମ୍ବୁଲାନ୍ସ ଡ୍ରାଇଭର ।ଶେଷରେ ଗାଁ ଲୋକେ ଟ୍ରାକ୍ଟର ଭଡା କରି ନେଇ ଆମ୍ବୁଲାନ୍ସ କୁ ଦୌଡିରେ ଟାଣି ଆଣି ଭଲ ରାସ୍ତାରେ ପହଞ୍ଚାଇଥିଲେ । ପରେ ଗୁରୁତର ପ୍ରସବ ମହିଳାକୁ ମେଡିକାଲ ରେ ପହଞ୍ଚାଇ ଜୀବନ ବଞ୍ଚାଇଥିଲେ ।