ସମସ୍ତଙ୍କୁ ଅନୁରୋଧ କରାଯାଉଛି ଯେ ସେମାନେ ହିନ୍ଦୁ ଧର୍ମ ଅନୁସାରେ ଦିନ ବେଳାହିଁ ବିବାହ ତିଥି ନିର୍ଣ୍ଣୟ କରନ୍ତୁ ଏବଂ ଧର୍ମର ଲାଭ ଉଠାନ୍ତୁ । ଶୁଭ ଲଗ୍ନରେ ବିବାହ କରିବା ଦ୍ୱାରା, ନୂତନ ଯୁଗର ପରିବାର ଅଧିକ ଶୁଭ ଏବଂ ସୁଖ ଏବଂ ଶାନ୍ତିରେ ପରିପୂର୍ଣ୍ଣ ହେବ, ନଚେତ୍ ଶୁଭ ମୂହୁର୍ତ୍ତ ବାହାର କରି ଶୁଭ ତାରିଖ ବାଛିବା ଦ୍ୱାରା କ’ଣ ଲାଭ ହେବ?ରାତି ବାହାଘର ଏକ ଖରାପ ପରମ୍ପରା । ଭଗବାନ ରାତି ଦେଇଛନ୍ତି ଶୋଇବା ପାଇଁ, ଅନିଦ୍ରା ରହି ଘୁମନ୍ତ ଅବସ୍ଥାରେ ବିବାହ ଭଳି ଏକ ଦିବ୍ୟ ସଂସ୍କାର କରାଇବା ସଂପୂର୍ଣ୍ଣ ଅବୈଜ୍ଞାନିକ, ଅହିତକର ଓ ଅସ୍ଵାସ୍ଥ୍ୟକର ପ୍ରଥା । ଆର୍ଯ୍ୟ ସମାଜର ପ୍ରତିଷ୍ଠାତା ସ୍ୱାମୀ ଦୟାନନ୍ଦ ସରସ୍ୱତୀ ତାଙ୍କ ପୁସ୍ତକ ସତ୍ୟାର୍ଥ ପ୍ରକାଶରେ ରାତ୍ରି ବିବାହକୁ ସମ୍ପୂର୍ଣ୍ଣ ଭାବେ ଅସ୍ୱୀକାର କରିଛନ୍ତି । ପଣ୍ଡିତ ଶ୍ରୀରାମ ଶର୍ମା ଆଚାର୍ଯ୍ୟଙ୍କ ଅନୁଯାୟୀ ମଧ୍ୟ ହିନ୍ଦୁ ଗାୟତ୍ରୀ ପରିବାରରେ ବିବାହ ଦିନରେ ହିଁ ହୋଇଥାଏ …. !! ଆମ ଉତ୍କଳରେ କୌଣସି ମନ୍ଦିରରେ ରାତ୍ରୀକାଳୀନ ବିବାହ ହୋଇନଥାଏ । ଦକ୍ଷିଣ ଭାରତରେ ଦିବସ ବାହାଘର ଅତୀତରୁ ଚଳି ଆସୁଛି, ପଞ୍ଜାବ ପ୍ରାନ୍ତରେ ମଧ୍ୟ ଦିନର ବାହାଘର ହୁଏ । ଏବେ ପ୍ରାୟତଃ ପ୍ରତି ପ୍ରଦେଶରେ ପ୍ରତି ଜାତିରେ ଦିନ ବାହାଘରର ରୀତି ପ୍ରଚଳିତ ହେଲାଣି । ସଚେତନ ପରିବାର ଦିନରେ ହିଁ ବିବାହ ପାଣିଗ୍ରହଣ କରାଇଥାନ୍ତି । ଦିନ ବାହାଘର ସବୁଦୃଷ୍ଟିରୁ ସୁବିଧା ଜନକ ଓ ମଙ୍ଗଳପ୍ରଦ ।ଅଧିକ ଗୁରୁତ୍ବପୂର୍ଣ୍ଣ ଖବର ପଢିବା ପାଇଁ ଆମକୁ ଏବେ ଫୋଲୋ (Follow) କରନ୍ତୁ । ଅନ୍ୟଙ୍କୁ ସେୟାର କରନ୍ତୁ ।