ମନୀଷା କୋଇରାଲା ୯୦ ଦଶକର ଶ୍ରେଷ୍ଠ ଅଭିନେତ୍ରୀମାନଙ୍କ ମଧ୍ୟରେ ଆସିଥାନ୍ତି। ସେ କେବଳ ତାଙ୍କ ଅଭିନୟ ଯୋଗୁ ନୁହେଁ ନିଜର ସୌନ୍ଦର୍ଯ୍ୟ ପାଇଁ ମଧ୍ୟ ଲୋକଙ୍କ ହୃଦୟକୁ ଜିତି ନେଇଥିଲେ। ଦୀର୍ଘ ସମୟ ଧରି ଚଳଚ୍ଚିତ୍ରଠାରୁ ଦୂରରେ ରହିଥିଲେ ମଧ୍ୟ କିଛି ସମୟ ପୂର୍ବରୁ ସେ ସଞ୍ଜୟ ଲୀଲା ଭଂସାଲୀଙ୍କ ୱେବ୍ ସିରିଜ୍ ହୀରା ମଣ୍ଡି ସହ ପ୍ରତ୍ୟାବର୍ତ୍ତନ କରିଥିଲେ। ସେବେଠାରୁ ସେ ଖବରରେ ରହି ଆସିଛନ୍ତି। ଏବେ ଏକ ସାକ୍ଷାତକାରରେ ମନୀଷା କହିଛନ୍ତି ଯେ, ସେ ସମୟରେ ମୁଁ ସଫଳତା ପାଇ ଗର୍ବୀ ହୋଇ ଯାଇଥିଲି । କମ ପରିଶ୍ରମରେ ସଫଳତା ପାଇଥିବାରୁ ମୁଁ ପଥଭ୍ରଷ୍ଟ ହୋଇ ଯାଇଥିଲି । ମୁଁ ପ୍ରକୃତରେ ସେ ଭଳି ମହିଳା ନୁହେଁ । ପରିପକ୍ୱ ହେବା ପରେ ଭୁଲ ଠିକ ବୁଝି ପାରିଥିଲି ବୋଲି ମନୀଷା କହିଛନ୍ତି । ନିକଟରେ ମନୀଷା ସଞ୍ଜୟ ଲୀଲା ଭନ୍ସାଲୀଙ୍କ ହୀରାମଣ୍ଡିରେ ଅଭିନୟ କରିଥିଲେ । ତାଙ୍କ ଅଭିନୟକୁ ଭୂୟସୀ ପ୍ରଶଂସା କରାଯାଇଥିଲା । ଏବେ ସେ ଏହାର ପରବର୍ତୀ ସଂସ୍କରଣରେ ମଧ୍ୟ ଅଭିନୟ କରିବେ ।ସୂଚନାଯୋଗ୍ୟ, ମନୀଷା ୧୯ ଜୁନ୍ ୨୦୧୦ରେ ନେପାଳୀ ବ୍ୟବସାୟୀ ସମ୍ରାଟ ଦହଲଙ୍କୁ ବିବାହ କରିଥିଲେ। ଏହି ବିବାହ କାଠମାଣ୍ଡୁରେ ଏକ ପାରମ୍ପାରିକ ସମାରୋହରେ ହୋଇଥିଲା। ମାତ୍ର ଦୁଇ ବର୍ଷ ପରେ, ଦୁହେଁ ଅଲଗା ହୋଇଯାଇଥିଲେ। ଯଦିଓ ସେହି ବର୍ଷ ଅଭିନେତ୍ରୀଙ୍କ ପାଇଁ ଅତ୍ୟନ୍ତ ଖରାପ ଥିଲା, କାରଣ ସେହି ବର୍ଷ ସେ କର୍କଟ ରୋଗରେ ଆକ୍ରାନ୍ତ ହୋଇଥିଲେ।ଅଧିକ ଗୁରୁତ୍ବପୂର୍ଣ୍ଣ ଖବର ପଢିବା ପାଇଁ ଆମକୁ ଏବେ ଫୋଲୋ (Follow) କରନ୍ତୁ । ଅନ୍ୟଙ୍କୁ ସେୟାର କରନ୍ତୁ ।