ନାବାଳିକାକୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ଦୁଷ୍କର୍ମକାରୀକୁ ସମ୍ବଲପୁର ସ୍ୱତନ୍ତ୍ର ପକ୍ସୋ କୋର୍ଟ ଫାଶି ଦଣ୍ଡ ଶୁଣାଇଛନ୍ତି। ସମ୍ବଲପୁର ଜମନକିରା ଥାନା ଅନ୍ତର୍ଗତ କସଡ଼ା ଗ୍ରାମରେ ଗତ ୨୦୨୨ ମସିହାରେ ଜଣେ ନାବାଳିକାଙ୍କୁ ସେହି ଗ୍ରାମର ପ୍ରଶାନ୍ତ ବଘାର ନାମକ ଜଣେ ବ୍ୟକ୍ତି ଦୁଷ୍କର୍ମ କରିବା ସହ ଏକ କୁରାଢ଼ୀରେ ନୃଶଂସ ଭାବେ ହତ୍ୟା କରିଥିଲା। ନାବାଳିକାର ଶରୀରରୁ ମୁଣ୍ଡକୁ ଅଲଗା କରିଦେଇଥିଲା। ଏହା ପରେ କଟା ମୁଣ୍ଡ ନଳକୂପ ପାଣିରେ ଧୋଇଥିଲା। ଏହା ଦେଖି ଗ୍ରାମବାସୀ ଭୟଭୀତ ହୋଇଥିଲେ। ଏନେଇ ପୁଲିସକୁ ଖବର ଦେଇଥିଲେ। ଏହି ଘଟଣାରେ ପ୍ରଶାନ୍ତକୁ ଗିରଫ କରିଥିଲା ପୋଲିସ l ମଙ୍ଗଳବାର ସ୍ୱତନ୍ତ୍ର ପୋକ୍ସ କୋର୍ଟ ଏହାର ରାୟ ଶୁଣାଇଥିଲେ l ଫାଶୀ ଦଣ୍ଡାଦେଶ ସହ ୧ ଲକ୍ଷ ଟଙ୍କା ଜରିମାନା ଆଦେଶ ଦେଇଛନ୍ତି lଏଥି ସହିତ ପୀଡିତାଙ୍କ ପରିବାରକୁ ନ୍ୟାୟ ମିଳିଛି।