ପୁଣି ସ୍ୱାମୀର ବର୍ବର କାଣ୍ଡ। ପ୍ରଥମେ ସ୍ତ୍ରୀର ଗଣ୍ଡିରୁ ମୁଣ୍ଡକୁ ଅଲଗା କଲା। ପରେ ନିଜେ ସ୍ତ୍ରୀର କଟା ମୁଣ୍ଡକୁ ଧରି ଥାନାରେ ପହଞ୍ଚି ଆତ୍ମସମର୍ପଣ କଲା। ଶୁକ୍ରବାର ଦିନ ରାତିରେ ବେଙ୍ଗାଲୁରୁର ଆନେକାଲର ଚାନ୍ଦପୁରା ନିକଟବର୍ତ୍ତୀ ହିଲାଲିଗେ ଗାଁରେ ଜଣେ ବ୍ୟକ୍ତି ତାଙ୍କ ସ୍ତ୍ରୀଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି।ପୋଲିସ କହିଛି ଯେ ଶଙ୍କର ଏବଂ ମାନସା କିଛି ଦିନ ପୂର୍ବରୁ ହିଲାଲିଗେ ଗାଁରେ ଏକ ଭଡା ଘରେ ରହିବାକୁ ଆସିଥିଲେ। ଶଙ୍କର ନିକଟସ୍ଥ ଏକ ସ୍ଥାନରେ କାମ କରୁଥିଲେ। ୩ ଜୁନ ରାତିରେ ସେ କାମକୁ ଯାଇ ମାନସାଙ୍କୁ କହିଥିଲେ ଯେ ସେ ସକାଳ ସୁଦ୍ଧା ଆସିବେ। କିନ୍ତୁ, ସେହି ଦିନ ସେ ତାଙ୍କ କାମ ଶୀଘ୍ର ସାରି ବିଳମ୍ବିତ ରାତିରେ ଘରକୁ ଫେରିଥିଲେ, ତା’ପରେ ସେ ମାନସାଙ୍କୁ ଅନ୍ୟ ଜଣେ ପୁରୁଷ ସହିତ ଦେଖିବାକୁ ପାଇଲେ। ଏହି କଥାକୁ ନେଇ ଉଭୟଙ୍କ ମଧ୍ୟରେ ବହୁତ ଝଗଡା ହୋଇଥିଲା ଏବଂ ମାନସା ସେହି ମୁହୂର୍ତ୍ତରେ ଘରୁ ବାହାରି ଯାଇଥିଲେ।
ହେଲେ ମନସା କିଛି ଦିନ ହେବ ଶଙ୍କରକୁ ଆସି ହଇରାଣ କରୁଥିଲା। ତାଙ୍କ ସହ ରହିବାକୁ ଜିଦି କରୁଥିଲା। ହେଲେ ଶେଷରେ ଶଙ୍କର ନିଜର କ୍ରୋଧକୁ ଆଉ ସମ୍ଭାଳି ପାରିଲେନି। ଭଲ ପାଇ ବିବାହ କରିଥିବା ସ୍ତ୍ରୀକୁ ଅତି ବିଭତ୍ସ ଭାବରେ ହତ୍ୟା କରିଥିଲେ।କଟା ମୁଣ୍ଡକୁ ସୂର୍ଯ୍ୟନଗର ପୋଲିସ ଷ୍ଟେଶନକୁ ନେଇ ଯାଇଥିଲେ, ଯେଉଁଠାରେ ସେ ପୋଲିସ ନିକଟରେ ଆତ୍ମସମର୍ପଣ କରିଥିଲେ।