କେନ୍ଦୁଝର ଜିଲ୍ଲା ସୋସୋ ଥାନା ଅନ୍ତର୍ଗତ ବାଲିବରେଇ ଗ୍ରାମରେ ଅଭାବନୀୟ ଘଟଣା। ଜ୍ବାଇଁର କଟୁରୀ ଚୋଟରେ ଶାଶୂ ଓ ସ୍ତ୍ରୀ ଗୁରୁତର। ଘଟଣାସ୍ଥଳରୁ ଅଭିଯୁକ୍ତ ଫେରାର।ମିଳିଥିବା ସୂଚନା ଅନୁସାରେ, ଶୋଷ ଥାନା ବାଲିବରେଇ ପାତ୍ରସାହିର ହରେକୃଷ୍ଣ ନାୟକଙ୍କର ପତ୍ନୀଙ୍କ ସହ କୌଣସି କାରଣରୁ ବଚସା ହୋଇଥିଲା । ଏହାପରେ ହରେକୃଷ୍ଣ ଉତ୍ୟକ୍ତ ହୋଇ ସ୍ତ୍ରୀ ଓ ଶାଶୁଙ୍କୁ ଏକ ଧାରୁଆ କତାରେ ହାଣି ଦେବାରୁ ସ୍ତ୍ରୀ ଗୌରୀ ପାତ୍ର ଓ ଶାଶୁ ଶ୍ରୀମକି ପାତ୍ର ଗୁରୁତର ହୋଇଛନ୍ତି । ଉଭୟଙ୍କୁ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ଅବସ୍ଥା ସଙ୍କଟାପନ୍ନ ହେବାରୁ ଉଭୟଙ୍କୁ କଟକ ସ୍ଥାନାନ୍ତର କରାଯାଇଛି ।