ଡାକ୍ତର ହେବେ ବଣ୍ଡା ଯୁବକ। ପ୍ରଥମ ଥର ପାଇଁ ଆଦିମ ବଣ୍ଡା ଜନଜାତୀରୁ ଜଣେ ଶିକ୍ଷିତ ଯୁବକ ଡାକ୍ତର ହେବାକୁ ଯାଉଛନ୍ତି। ଆଦିମ ଜନଜାତିଙ୍କ ମଧ୍ୟରେ ସେ ଏବେ ଆଶାର କିରଣ । ସେ ଆଉ କେହି ନୁହଁନ୍ତି ସେ ହେଉଛନ୍ତି ମଙ୍ଗଳା ମୁଦୁଲି । ନିଟ୍ ପରୀକ୍ଷାରେ ସଫଳତା ପାଇବା ପରେ ବ୍ରହ୍ମପୁର ଏମ୍କେସିଜି ମେଡିକାଲ କଲେଜରେ ପଢିବେ ପାଠ । ହାଡି ମୁଦୁଲି ଓ ମଙ୍ଗଳି ମୁଦୁଲିଙ୍କ ପୁଅ ମଙ୍ଗଳା । ପିଲାଦିନେ ଗାଁରେ ଚିକିତ୍ସା ଅବହେଳାରେ ଲୋକଙ୍କର ମୃତ୍ୟୁ ଦେଖି ହୋଇପଡିଥିଲେ ବିଚଳତି । ଏମିତିକି ଗୁଣିଆ ଆସିଲେ ବ୍ୟସ୍ତ ବିବ୍ରତ ହୋଇପଡୁଥିଲେ ମଙ୍ଗଳା । ସେବଠୁ ଗାଁ ପାଇଁ କିଛି କରିବାକୁ ଚିନ୍ତା କରିଥିଲେ ସେ । ଆଉ ପଣ କରିଥିଲେ ବଡ଼ ହେଲେ ଡାକ୍ତର ହେବି ଲୋକଙ୍କ ସେବା କରିବି । ଛୁଟି ଦିନେ ଲୋକଙ୍କ ବିଲବାଡରେ କାମ କରି ପଢା ଖର୍ଚ୍ଚ ତୁଲାଇଛନ୍ତି। ଏପରିକି ଛୋଟ ମୋବାଇଲ ଫୋନଟେ ଧରି ପାହାଡ ଉପର ନେଟଓର୍କ ଜାଗାକୁ ଯାଇ ପାଠ ପଢୁଥିଲେ। ମଙ୍ଗଳାଙ୍କ ପାଠ ପଢା ପ୍ରତି ନିଷ୍ଠା ତଥା ସେ ଜଣେ ମେଧାବୀ ଛାତ୍ର ହୋଇ ଥିବାରୁ ମୁଦିଲିପଡା ଉଚ୍ଚ ବିଦ୍ୟାଳୟର ଶିକ୍ଷକ ଉତ୍କଳ କେଶରୀ ଦାଶ ମଙ୍ଗଳାଙ୍କୁ ନିଜ ବାଲେଶ୍ୱର ସ୍ଥିତ ବଡକିଆ ଗାଁରେ ରଖି ପାଠ ପଢାଉଥିଲେ। ପ୍ରତିଦିନ ବଡକିଆରୁ ବାଲେଶ୍ୱର ୧୨ କିଲୋମିଟର ସାଇକେଲରେ ଆସି କୋଚିଙ୍ଗ ନେଉଥିଲେ ମଙ୍ଗଳା। ମହମହ ବାସିବା ସହ ସାଜିବାକୁ ଯାଉଛନ୍ତି ଅନୁନ୍ନତ ଇଲାକାର ସୁନା ପୁଅ ।