ଆଜିଠାରୁ ଆରମ୍ଭ ହୋଇଛି ପବିତ୍ର ମହାକାର୍ତ୍ତିକ ବ୍ରତ। ଶ୍ରୀକ୍ଷେତ୍ରରେ ଥିବା ହବିଷ୍ୟାଳି ମାନେ ସଂକଳ୍ପ କରି ଆଜିଠାରୁ ଚଉଁରା ମୂଳେ ରାଧାଦାମୋଦର ପୂଜା ସହ ହବିଷ୍ୟ ବ୍ରତ ପାଳନ କରିବା ଆରମ୍ଭ କରିଛନ୍ତି। ଏକମାସ ଧରି କାର୍ତ୍ତିକ ବ୍ରତ ପାଳନ ସହ ହବିଷ୍ୟାଳି ମାନେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ରାଧା ଦାମୋଦର ବେଶରେ ର୍ଦଶନ କରିବା ସହ ମହାପ୍ରସାଦ ସବେନ କରି କାର୍ତ୍ତିକ ପୂର୍ଣ୍ଣିମା ର୍ପଯ୍ୟନ୍ତ ଏହି ବ୍ରତ ପାଳନ କରିବେ। ବୃନ୍ଦାବତୀଙ୍କ ନିକଟରେ ପଞ୍ଚବର୍ଣ୍ଣ ମୁରୁଜ ପକାଇ କରିବେ ପୂଜାର୍ଚ୍ଚନା। ଶ୍ରୀଜଗନ୍ନାଥଙ୍କୁ ଦୀପ ଧୂପ ନୈବେଦ୍ୟ ଦେଇ ଶ୍ରୀମନ୍ଦିରରେ ରାଧାଦାମୋଦର ବେଶ ଦର୍ଶନ କରିବେ।