ଭାରତରେ ଲୋକଙ୍କୁ ଶତାଧିକ କୋଟି ଟଙ୍କା ଲୁଟି ଦୁବାଇରେ ଅୟସ କରୁଥିଲା ମହାଦେବ ବେଟିଂ ଆପ ମାଲିକ ସୌରଭ ଚନ୍ଦ୍ରାକରଙ୍କୁ ଗିରଫ କରାଯାଇ ହାଜତରେ ରଖାଯାଇଛି।ଇଣ୍ଟରପୋଲର ରେଡ୍ କର୍ଣ୍ଣର ନୋଟିସ ପରେ ମାଷ୍ଟରମାଇଣ୍ଡ ସୌରଭ ଚନ୍ଦ୍ରକରଙ୍କୁ ୨୦୨୩ ମସିହାରୁ ଅଟକ ରଖାଯାଇଥିଲା। ମାତ୍ର ଏବେ ତାଙ୍କୁ ଗିରଫ କରାଯାଇଛି। ଏହାପରେ ତାଙ୍କୁ ଭାରତ ଆଣିବା ପ୍ରକ୍ରିୟା ଆରମ୍ଭ ହୋଇ ଯାଇଛି। ସପ୍ତାହେ ଭିତରେ ଇଡି ସୌରଭଙ୍କୁ ଭାରତ ଆଣିପାରେ ବୋଲି କୁହାଯାଉଛି |ମହାଦେବ ବେଟିଂ ଆପ୍ର ମାଷ୍ଟରମାଇଣ୍ଡ ହେଉଛି ସୌରଭ। ଡି କମ୍ପାନୀ ଅର୍ଥାତ ଦାଉଦ ଇବ୍ରାହିମ ସହିତ ତା’ର ସମ୍ପର୍କ ଥିବା ଜଣାପଡ଼ିଛି। ଦେଶର ଅନେକ ରାଜ୍ୟରେ ମହାଦେବ ଆପ୍ ବିରୋଧରେ ମାମଲା ରୁଜୁ ହୋଇଛି। ଇଡିରେ ବି ଠକେଇ ସମ୍ପର୍କିତ ମାମଲା ରୁଜୁ ହୋଇଛି।