ଡ୍ୟୁଟି ଛାଡ଼ି ଅଣ ପୋଲିସ କାର୍ଯ୍ୟରେ ମାତିଛନ୍ତି କିଛି ଅଧିକାରୀ। ଖଣି ଓ ଶିଳ୍ପାଞ୍ଚଳରେ ପରିବହନ କାର୍ଯ୍ୟରେ ପୋଲିସ କରୁଛନ୍ତି ସହାୟତା। ଶିଳ୍ପ ଅଂଚଳରେ ଖଣି ମାଫିଆ ଓ ବ୍ୟବସାୟୀଙ୍କ ହାତବାରିସୀ ସାଜି ବିଭିନ୍ନ ପ୍ରକାରର ଅଣପୁଲିସ କାର୍ଯ୍ୟ(ଖଣିଜ ସାମଗ୍ରୀ ପରିବହନ)ରେ ଜଡ଼ିତ ଫିଲଡ୍ ଷ୍ଟାଫ(ପୁଲିସ ଅଫିସର ଓ କର୍ମଚାରୀ)ଙ୍କୁ ତୁରନ୍ତ ଏଥିରୁ ବିରତ ରହିବାକୁ ପୁଲିସ ମୁଖାଳୟରୁ ନିର୍ଦ୍ଦେଶ ଜାରି ହୋଇଛି । ଆଉ ଏଭଳି ଗତିବିଧିରେ ସମ୍ପୃକ୍ତ ଥିବା ଜଣାପଡ଼ିଲେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ତାଗିଦ୍ କରାଯାଇଛି । ସବୁ ପୁଲିସ ଏସପି, ଡିଆଇଜି,ଆଇଜି ଓ ପୁଲିସ କମିଶନରଙ୍କୁ ଚିଠି ଲେଖି ରାଜ୍ୟ ପୁଲିସ ମୁଖ୍ୟାଳୟ(ଆଇନଶୃଙ୍ଖଳା ଅତିରିକ୍ତ ଡିଜି) ଅବଗତ କରାଇଛି |