ମଧ୍ୟପ୍ରଦେଶର ଛତରପୁର ଜିଲାର ପ୍ରସିଦ୍ଧ ବାଗେଶ୍ୱର ଧାମ୍ ଆଶ୍ରମ ପରିସରରେ ବଡ଼ ଅଘଟଣ ଘଟିଛି। ବାବାଙ୍କ ଜନ୍ମଦିନ ଲାଗି ପ୍ରସ୍ତୁତି ଚାଲିଥିବା ବେଳେ ଏକ ତମ୍ବୁ ଭୁଶୁଡ଼ି ପଡ଼ିବା ଯୋଗୁ ଜଣେ ଭକ୍ତଙ୍କ ମୃତ୍ୟୁ ହୋଇଛି। ସେହିଭଳି ଅନ୍ୟ ୩ରୁ ୪ ଜଣ ଆହତ ହୋଇଛନ୍ତି। । ଏହି ଘଟଣା ସକାଳ ପ୍ରାୟ ୭ ଟା ସମୟରେ ଆଳତି ପରେ ଘଟିଥିଲା । ଶ୍ରଦ୍ଧାଳୁ ବର୍ଷାରୁ ବଞ୍ଚିବା ପାଇଁ ଏକ ଟେଣ୍ଟ୍ ତଳେ ଏକାଠି ହୋଇଥିଲେ ଠିକ୍ ସେହି ସମୟରେ ଏହି ଅଘଟଣ ଘଟିଥିଲା । ମୃତକଙ୍କ ପରିଚୟ ଉତ୍ତର ପ୍ରଦେଶର ଅଯୋଧ୍ୟା ନିବାସୀ ଶ୍ୟାମଲାଲ କୌଶଲଙ୍କ ରୂପରେ ହୋଇଛି ।ସମସ୍ତ ଆହତଙ୍କୁ ଛତରପୁର ଜିଲା ହସ୍ପିଟାଲରେ ଭର୍ତ୍ତି କରାଯାଇଛି।ପୋଲିସ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଇ ମାମଲାର ତଦନ୍ତ ଆରମ୍ଭ କରିଛି।