୨୦୨୫ ବଜେଟ୍ ଉପସ୍ଥାପନ ହେବାର କିଛି ଘଣ୍ଟା ପୂର୍ବରୁ ଦେଶର କୋଟି କୋଟି ଲୋକଙ୍କୁ ମିଳିଛି ଆଶ୍ୱସ୍ତି ମିଳିଛି । ସାଧାରଣ ଲୋକଙ୍କୁ ଗ୍ୟାସ ସିଲିଣ୍ଡର ମୂଲ୍ୟରେ ଦିଆଯାଇଛି ଆଶ୍ୱସ୍ତି । ଆଇଓସିଏଲ ତଥ୍ୟ ଅନୁଯାୟୀ, ଲଗାତାର ଦ୍ୱିତୀୟ ମାସ ପାଇଁ ଗ୍ୟାସ ସିଲିଣ୍ଡର ମୂଲ୍ୟ ହ୍ରାସ କରାଯାଇଛି । ୧୯ କେଜି ବାଣିଜ୍ୟିକ ଏଲ୍ପିଜି ସିଲିଣ୍ଡର ଦର ୭ ଟଙ୍କା କମିଛି। ଫଳରେ ଦିଲ୍ଲୀରେ ୧୯ କେଜି ଗ୍ୟାସ ସିଲିଣ୍ଡର ଦର ୧୭୯୭ ଟଙ୍କାରେ ପହଞ୍ଚିଛି। ପୂର୍ବରୁ ଏହା ୧୮୦୪ ଟଙ୍କାରେ ଉପଲବ୍ଧ ଥିଲା। ସେହିପରି ଘରୋଇ ଏଲପିଜି ସିଲିଣ୍ଡରର ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇନାହିଁ।ଗତ ମାସରେ ହିଁ ଇଣ୍ଡିଆନ ଅଏଲ କର୍ପୋରେସନ ୧୯ କିଲୋଗ୍ରାମ ସିଲିଣ୍ଡରର ମୂଲ୍ୟ ୧୪.୫ ଟଙ୍କା ହ୍ରାସ କରିଥିଲା।ଅଧିକ ଗୁରୁତ୍ବପୂର୍ଣ୍ଣ ଖବର ପଢିବା ପାଇଁ ଆମକୁ ଏବେ ଫୋଲୋ (Follow) କରନ୍ତୁ । ଅନ୍ୟଙ୍କୁ ସେୟାର କରନ୍ତୁ ।