ଲିଉଡ ଅଭିନେତା ଓ ଅଭିନେତ୍ରୀ ମାନେ ମଧ୍ୟ ପ୍ରୟାଗରେ ପହଞ୍ଚି ବୁ଼ଡ ପକାଇଛନ୍ତି । ଅଭିନେତା ଭିକି କୌଶଲଙ୍କ ପରେ ଆଜି ତ୍ରିବେଣୀରେ ପହଞ୍ଚିଥିଲେ ପତ୍ନୀ ତଥା ଅଭିନେତ୍ରୀ କ୍ୟାଟ୍ରିନା କୈଫ । ତାଙ୍କ ବ୍ୟତିତ ଅଭିନେତା ଅକ୍ଷୟ କୁମାର ମଧ୍ୟ ହୋଇଛନ୍ତି ଏବେ ସଙ୍ଗମ ମୁହାଁ । ଯାହା ପ୍ରୟାଗରେ ଭିଡକୁ ଆହୁରି ବଢାଇଦେଇଛି ।ମହାକୁମ୍ଭରେ ହୋଇଥିବା ବ୍ୟବସ୍ଥା ପାଇଁ ସେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଧନ୍ୟବାଦ ଜଣାଇଛନ୍ତି।
ସଙ୍ଗମରେ ବୁଡ଼ ପକାଇବା ପରେ, ଅକ୍ଷୟ କୁମାର ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି, ଏହା ପ୍ରକୃତରେ ଭଲ ଲାଗିଲା। ମହାକୁମ୍ଭରେ ସରକାରଙ୍କ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ହୋଇଛି। ଏନେଇ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଧନ୍ୟବାଦ ଜ୍ଞାପନ କରୁଛି। ମହାକୁମ୍ଭକୁ ସମସ୍ତ ବଡ଼ ବଡ଼ ଲୋକ ଆସୁଛନ୍ତି ଏବଂ ଯେଉଁ ବ୍ୟବସ୍ଥା କରାଯାଇଛି ତାହା ବହୁତ ଭଲ ହୋଇଛି। ଏନେଇ ସେ ସମସ୍ତ କର୍ମଚାରୀ ଏବଂ ପୋଲିସକୁ ଧନ୍ୟବାଦ ଜଣାଇଛନ୍ତି।ପାକିଂଠୁ ନେଇ ସ୍ନାନ ଘାଟ ଉପରେ ଅଧିକ ତୀକ୍ଷଣ ନଜର ରଖାଯାଇଛି । ଗତ ୪୨ ଦିନରେ ମହାକୁମ୍ଭରେ ରେକର୍ଡ ୬୨ କୋଟି ଶ୍ରଦ୍ଧାଳୁ ବୁଡ ପକାଇସାରିଲେଣି । କୁହାଯାଉଛି ଆସନ୍ତା ବୁଧବାର ସୁଧା ଏହି ସଂଖ୍ୟା ୭୦ କୋଟି ପାର୍ କରିଯିବ ।ଅଧିକ ଗୁରୁତ୍ବପୂର୍ଣ୍ଣ ଖବର ପଢିବା ପାଇଁ ଆମକୁ ଏବେ ଫୋଲୋ (Follow) କରନ୍ତୁ । ଅନ୍ୟଙ୍କୁ ସେୟାର କରନ୍ତୁ ।