ଶ୍ରୀମନ୍ଦିର ରତ୍ନଭଣ୍ଡାର ଭିତରେ ସୁଡ଼ଙ୍ଗ ନେଇ ବଡ଼ ବୟାନ ଦେଲେ ଆଇନ ମନ୍ତ୍ରୀ।ମନ୍ତ୍ରୀ କହିଛନ୍ତି ଭଣ୍ଡାର ଘର ମାଟି ତଳେ କିଛି ପଦାର୍ଥ ଅଛିକି ନାହିଁ ତାର ଯାଞ୍ଚ କରାଯିବ । ଯାଞ୍ଚ ପରେ ରତ୍ନଭଣ୍ଡାର ମରାମତି ସହ ମରାମତି ପରେ ହେବ ଗଣତି ମଣତି । ବାହାର ଭଣ୍ଡାର ଦେଇ ଭିତର ଭଣ୍ଡାରକୁ ପ୍ରବେଶ କରିବା ପରେ, ଏହି ସୁଡ଼ଙ୍ଗ ଦୃଶ୍ୟମାନ ହୁଏ । ୧୯୭୮ରେ ଭିତର ଭଣ୍ଡାର ଖୋଲାଯିବା ସମୟରେ ଏ ସମ୍ପର୍କିତ ତଥ୍ୟ ରେକର୍ଡ କରାଯାଇଛି । ୧୯୭୮ ମସିହା ପରେ ପ୍ରଥମ ଥର ପାଇଁ ରତ୍ନଭଣ୍ଡାର ଖୋଲାଯିବ। ପୂର୍ବରୁ ବ୍ରିଟିଶ ସମୟରେ ୧୯୨୬ ମସିହା ଓ ପରେ ଶେଷଥର ପାଇଁ ୧୯୭୮ ମସିହାରେ ରତ୍ନଭଣ୍ଡାରର ଯାଞ୍ଚ ହୋଇଥିଲା। ସେ ଆହୁରି କହିଛନ୍ତି ଯେ ରତ୍ନ ଭଣ୍ଡାରର ସୁରକ୍ଷା ଆମର ପ୍ରାଥମିକତା।