ବର୍ତ୍ତମାନ ସମୟରେ ଖରାପ ଅଭ୍ୟାସ ଓ କାମର ବୋଝ ଏତେ ଯେ ନିଜ ଜୀବନରେ ନିଜ ବିଷୟରେ ଭାବିବାକୁ ସମୟ ନାହିଁ | ଯାହା ଦ୍ୱରା ବ୍ୟକ୍ତି ଚିନ୍ତାଗ୍ରସ୍ତ ରହିଥାଏ | ଫଳରେ ହୃଦୟ ଜନିତ ସମସ୍ୟା ହେବାର ସମ୍ଭାବନା ଅଧିକ ଥାଏ। ଏହାସହ କୋଲେଷ୍ଟେରୋଲ୍ ମଧ୍ୟ ବୃଦ୍ଧି ହୋଇଥାଏ। କିନ୍ତୁ ଗୋଟିଏ ସରଳ ଉପାୟ ହେଲା ହସିବା ହଁ ହସିବା | ସୁସ୍ଥ ରହିବା ପାଇଁ ମନ ଖୋଲା ହସନ୍ତୁ। ନିୟମିତ ମନ ଖୋଲା ହସିବା ଦ୍ୱାରା ରୋଗପ୍ରତିରୋଧକ ଶକ୍ତି ମଜଭୂତ ହୋଇଥାଏ। ଏହାର କାରଣ ହେଉଛି ମନଖୋଲା ହସିବା ଦ୍ୱାରା ଶରୀରରେ ଅମ୍ଳଜାନ ସ୍ତର ବୃଦ୍ଧି ପାଇବା ସହ ପ୍ରତ୍ୟେକ ସ୍ଥାନକୁ ସଠିକ୍ ପରିମାଣରେ ଅମ୍ଳଜାନ ପହଞ୍ଚିଥାଏ। ଏହାସହ ରୋଗ ପ୍ରତିରୋଧକ ଶକ୍ତି ମଜଭୂତ ହେବା ଫଳରେ ଶରୀରକୁ ରୋଗରୁ ରକ୍ଷା କରିଥାଏ।
ବାରମ୍ବାର ରୋଗରେ ନପଡିବା ପାଇଁ ମନ ଖୋଲା ହସନ୍ତୁ। ମନ ଖୋଲା ହସିବା ଦ୍ୱାରା ହୃଦୟ ଜନିତ ସମସ୍ୟା ହେବାର ସମ୍ଭାବନା ଖୁବ କମ୍ ଥାଏ। ହସିବା ସମୟରେ ଗଭୀର ଭାବେ ନିଶ୍ୱାସ ପ୍ରଶ୍ୱାସ ନେଇଥାଆନ୍ତି। ଯାଦ୍ୱାରା ଶରୀରକୁ ପର୍ଯ୍ୟାପ୍ତ ପରିମାଣରେ ଅମ୍ଳଜାନ ମିଳିଥାଏ। ଏହାଦ୍ୱାରା ହୃଦୟ ସୁସ୍ଥ ରହିଥାଏ। ହୃଦୟ ଜନିତ ରୋଗ ହେବାର ମଧ୍ୟ ସମ୍ଭାବନା ଖୁବ୍ କମ୍ ଥାଏ।
ମନ ଖୋଲା ହସିବା ଦ୍ୱାରା ଉଚ୍ଚ ରକ୍ତଚାପ ନିୟନ୍ତ୍ରଣ ହୋଇ ରହିଥାଏ। କାରଣ ହସିବା ଦ୍ୱାରା ମାନସିକ ଦୁଃଶ୍ଚିନ୍ତା ଦୂର ହୋଇ ମନ ସୁସ୍ଥ ରହେ। ହୃଦୟ ଉପରେ କୁପ୍ରଭାବ ପଡେ ନାହିଁ। ରକ୍ତଚାପ ନିୟନ୍ତ୍ରଣରେ ରହେ। ଉଚ୍ଚ ରକ୍ତଚାପ ରୋଗୀ ମନ ଖୋଲା ହସନ୍ତୁ। ହସିବା ଦ୍ୱାରା ମାନସିକ ଦୁଃଶ୍ଚିନ୍ତା କମ୍ ହୋଇଥାଏ। ଚିନ୍ତା କମ୍ ହେବା ଦ୍ୱାରା ଶରୀରରେ କର୍ଟିସୋଲ୍ ହରମୋନ୍ ମଧ୍ୟ କମ ହୋଇଥାଏ। ଏହି ହରମୋନ କମ୍ ହେବା ଫଳରେ ଓଜନ ନିୟନ୍ତ୍ରଣ ହୋଇ ରହେ।ଅଧିକ ଗୁରୁତ୍ବପୂର୍ଣ୍ଣ ଖବର ପଢିବା ପାଇଁ ଆମକୁ ଏବେ ଫୋଲୋ (Follow) କରନ୍ତୁ । ଅନ୍ୟଙ୍କୁ ସେୟାର କରନ୍ତୁ ।