ଯେଉଁମାନେ ବିଳମ୍ବିତ ରାତିରେ ଶୁଅନ୍ତି, ସେମାନେ ସକାଳେ ମଧ୍ୟ ବିଳମ୍ବରେ ଉଠନ୍ତି । ଅଧ୍ୟୟନରେ କୁହାଯାଇଛି, ଯେଉଁମାନେ ବିଳମ୍ବିତ ରାତିରେ ଶୋଉଛନ୍ତି, ସେମାନଙ୍କ ନିକଟରେ ମଧୁମେହ ୨ ଓ ମେଟାବୋଲିଜିମ୍ ଜନିତ ସମସ୍ୟା ଅଧିକ ଦେଖାଯାଉଛି । ବିଳମ୍ବିତ ରାତିରେ ଶୋଇଲେ ପେଟ ବଢିବା, ଶରୀରରେ ଚର୍ବି ଜମାଟ ବାନ୍ଧିବା, ଯକୃତ ଉପରେ ଚର୍ବି ଜମାଟ ବାନ୍ଧିବା ଭଳି ସମସ୍ୟା ଅଧିକ ଦେଖା ଯାଇଥାଏ ।ଅଧ୍ୟୟନ ଅନୁଯାୟୀ, ଯେଉଁମାନେ ବିଳମ୍ବିତ ରାତି ଯାଏଁ ଅନିଦ୍ରା ରୁହନ୍ତି, ଅନ୍ୟ ମାନଙ୍କ ତୁଳନାରେ ସେମାନଙ୍କ ନିକଟରେ ମଧୁମେହ ୨ ହେବାର ସମ୍ଭାବନା ୪୬ ପ୍ରତିଶତ ଅଧିକ ଥାଏ । ବିଳମ୍ବିତ ରାତିରେ ଶୋଉଥିବା ଓ ସକାଳେ ଶୀଘ୍ର ଉଠୁଥିବା ଲୋକଙ୍କ ତୁଳନାରେ ମଧୁମେହ ୨ ହେବାର ସମ୍ଭାବନା ୪୬ ପ୍ରତିଶତ ଅଧିକ ସମ୍ଭାବନା ଥାଏ । କମ୍ ପରିମାଣରେ ଶୋଇବା ଓ ଭୁଲ୍ ଜୀବନଶୈଳୀ ମଧୁମେହର ମୁଖ୍ୟ କାରଣ ।