ଆନନ୍ଦ ଏଲ୍ ରାୟଙ୍କର ଏକ ହରର୍ କମେଡି ପ୍ରୋଜେକ୍ଟ ସାଇନ କରିଛନ୍ତି କ୍ରିତି ସାନନ। ଆନନ୍ଦଙ୍କ କଲର ୟେଲୋ ପ୍ରଡକ୍ସନ୍ସ ଅଧୀନରେ ଫିଲ୍ମଟି ନିର୍ମିତ ହେବ।ଏହାର ନିର୍ଦ୍ଦେଶକଙ୍କ ନାଁ ଅଦ୍ୟାବଧି ଘୋଷଣା କରାଯାଇ ନାହିଁ । ବର୍ତ୍ତମାନ ଫିଲ୍ମର ଟାଇଟଲ ରହିଛି ‘ନୟି ନବେଲି’। ବର୍ତ୍ତମାନ ହରର୍-କମେଡ଼ିକୁ ଦର୍ଶକୀୟ ଆଦୃତି ମିଳୁଛି । ‘ନୟି ନଭେଲି’ ଏ କ୍ଷେତ୍ରରେ ନୂଆ ସ୍ୱାଦ ଯୋଡ଼ିବ ବୋଲି ନିର୍ମାତା ଆଶା କରୁଛନ୍ତି । କ୍ରିତି ମଧ୍ୟ ନିଜର ବହୁମୁଖୀ ପ୍ରତିଭା ପ୍ରଦର୍ଶନ ଲାଗି ସର୍ବଦା ଉତ୍ସାହିତ ଥାନ୍ତି ।