ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଭାଦ୍ରବ ମାସ କୃଷ୍ଣ ପକ୍ଷର ଅଷ୍ଟମୀ ତିଥିରେ ପାଳନ କରାଯାଏ । ସାରା ଦେଶରେ ଏହାକୁ ଖୁବ୍ ଧୂମଧାମରେ ପାଳନ କରାଯାଏ । ମାନ୍ୟତା ଅନୁଯାୟୀ ଏହି ସମୟରେ ପୂଜାର୍ଚ୍ଚନା ଓ ବ୍ରତ ପାଳନ ଦ୍ୱାରା ଶୁଭଫଳ ପ୍ରାପ୍ତି ହୋଇଥାଏ।ପଞ୍ଚାଙ୍ଗ ଅନୁସାରେ ଚଳିତ ବର୍ଷ ଅଷ୍ଟମୀ ତିଥି ସୋମବାର ସକାଳେ ୩ଟା ୪୦ରେ ରୁ ଆରମ୍ଭ ହୋଇ ପରଦିନ ରାତି ୨ଟା ୨୦ ପର୍ଯ୍ୟନ୍ତ ରହିବ। ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଦିନ ରୋହିଣୀ ନକ୍ଷତ୍ର ଦିନ ୩ଟା ୫୫ ରୁ ଆରମ୍ଭ ହୋଇ ୨୭ ଅଗଷ୍ଟ ସକାଳ ପର୍ଯ୍ୟନ୍ତ ରହିବ।ଭଗବାନ କୃଷ୍ଣଙ୍କ ଜନ୍ମୋତ୍ସବରେ ଯେକୌଣସି ସମୟରେ ପୂଜା କରି ପାରିବେ । ମାତ୍ର ଏହି ଦିନ ୩ଟି ଶୁଭ ମୁହୂର୍ତ୍ତ ମଧ୍ୟ ସୃଷ୍ଟି ହେଉଛି। ଏହି ସମୟରେ ପୂଜା କଲେ ସମସ୍ତ ମନସ୍କାମନା ପୂରଣ ହୋଇଥାଏ ବୋଲି ମାନ୍ୟତା ରହିଛି ।ଏହାସହ ଜନ୍ମାଷ୍ଟମୀ ସୋମବାର କିମ୍ବା ବୁଧବାରରେ ପଡିଲେ ଏହା ଏକ ଦୁର୍ଲ୍ଲଭ ଯୋଗ ସୃଷ୍ଟି କରିଥାଏ ।