କୋଟଗଡ ବନ୍ୟଜନ୍ତୁ ଅଭୟାରଣ୍ୟ କନ୍ଧମାଳ ସଦରମହକୁମା ଫୁଲବାଣୀ ସହରଠାରୁ ୧୪୦ କିଲୋମିଟର ଦୂରରେ ଅବସ୍ଥିତ। କୁଟିଆ କନ୍ଧ ଏବଂ ଦେଶିଆ କନ୍ଧ ପରି ପ୍ରାୟ ୫୨ ଟି ଆଦିବାସୀ ଗ୍ରାମ ଏହି ଅଭୟାରଣ୍ୟରେ ବାସ କରନ୍ତି । ତୃଣଭୂମି ସହିତ ପତଳା ଜଙ୍ଗଲରେ ପରିପୂର୍ଣ୍ଣ ଏହି ଅଭୟାରଣ୍ୟ । କୋଟଗଡ ଅଭୟାରଣ୍ୟ କନ୍ଧମାଳ ଜିଲ୍ଲାର ଏକ ସୁନ୍ଦର ପର୍ଯ୍ୟଟନସ୍ଥଳୀ ଅଟେ । ଅଭୟାରଣ୍ୟରେ ବହୁ ସଂଖ୍ୟକ ସ୍ତନ୍ୟପାୟୀ ପ୍ରାଣୀ, ସରୀସୃପ, ହାତୀ, ମୃଗ, ସମ୍ବର, ହରିଣ, ଲାଲ ଜଙ୍ଗଲ ପକ୍ଷୀ ଏବଂ ବିଭିନ୍ନ ସରୀସୃପ ଦେଖାଯାଏ। ଏଠାରେ ବହିଯାଇଥିବା ଲୁଦୁ ଜଳପ୍ରପାତ ଏହି ସ୍ଥାନକୁ ଆହୁରି ସୌନ୍ଦର୍ଯ୍ୟ କରିଥାଏ । ପ୍ରତି ବର୍ଷ ଏଠାକୁ ବହୁତ୍ ପର୍ଯ୍ୟଟକମାନେ ବୁଲିବା ପାଇଁ ଆସନ୍ତି। ବିଶେଷ କରି ଡିସେମ୍ବର ମାସ ଠାରୁ ଆରମ୍ଭ କରି ମାର୍ଚ୍ଚ ମାସ ପର୍ଯ୍ୟନ୍ତ ପର୍ଯ୍ୟଟକ ମାନଙ୍କ ସଂଖ୍ୟା ବୃଦ୍ଧି ହୁଏ।ଅଧିକ ଗୁରୁତ୍ବପୂର୍ଣ୍ଣ ଖବର ପଢିବା ପାଇଁ ଆମକୁ ଏବେ ଫୋଲୋ (Follow) କରନ୍ତୁ । ଅନ୍ୟଙ୍କୁ ସେୟାର କରନ୍ତୁ ।