ଯଦି କୌଣସି ପୋଲିସ ଅଫିସର ଆପଣ ଙ୍କୁ ଗିରଫ କରିବାକୁ ଆସନ୍ତି ତେବେ ପ୍ରଥମେ ୟୁନିଫର୍ମ ଓ ନେମ ପ୍ଲେଟ ଦେଖନ୍ତୁ | ଏହାର କାରଣ ସମ୍ପର୍କ ରେ ସ୍ପଷ୍ଟ କରିବା ଉଚିତ |ତେବେ ଗିରଫ ସମୟ ରେ ପୋଲିସ ଦ୍ୱାରା ଲିଖିତ ମେମ୍ୱଏରଣ୍ଡମ ରେ ଆପଣ ଙ୍କ ର ଦସ୍ତଖତ ବି ଆବଶ୍ୟକ ଅଟେ |ଯେଉଁ ବ୍ୟକ୍ତି ଙ୍କୁ ଗିରଫ କରାଯିବ ସେ ତାଙ୍କ ର କୌଣସି ବି ସମ୍ପର୍କୀୟ ଙ୍କୁ ଦେଖା କରିବା ର ସମ୍ପୂର୍ଣ ଅଧିକାର ରହିଛି |ତେବେ ମହିଳା ଙ୍କୁ ଯଦି ଗିରଫ କରାଯିବ ତ ମହିଳା ପୋଲିସ କର୍ମୀ ଙ୍କ ର ଆବଶ୍ୟକ ରହିଛି |ଏହା ତ ଆପଣ ଙ୍କ ର ଜାଣିବାର କଥା କିନ୍ତୁ ଏପରି ଆହୁରି କିଛି କଥା ଅଛି ଯାହା ଆପଣ ନିହାତି ଜାଣିବା ଜରୁରୀ ଅଟେ |
ସାଧାରଣ ଭାବରେ ଆପଣ ଙ୍କୁ ଯଦି କୌଣସି ପୋଲିସ କର୍ମୀ ମଦ୍ୟପାନ କରି ଗାଡି ଚଳାଇବା କେଶ ରେ ଗିରଫ କରୁଛନ୍ତି ତେବେ ଆପଣ ଙ୍କ ର ବ୍ଲଡ଼ ରେ 30MG ରୁ ଅଧିକ ଅଲକଲହଲ ରହିବା ଉଚିତ |କୌଣସି ବି ପୋଲିସ କର୍ମୀ ଆପଣ ଙ୍କ ର FIR ଲେଖିବାକୁ ମନା କରିପାରିବେ ନାହିଁ | ଯଦି କେହି ପୋଲିସ କର୍ମୀ ଏପରି କରିଥାନ୍ତି ତ ତାଙ୍କୁ 6 ମାସ ପାଁଇ ଜେଲ ଦଣ୍ଡ ଭୋଗିବାକୁ ପଡିପାରେ |
ଜଣେ ବିବାହିତ ବ୍ୟକ୍ତି ଯଦି କୌଣସି ଯୁବତୀ କିମ୍ବା କୌଣସି ବିବାହିତା ମହିଳା ଙ୍କ ସହ ଶାରୀରିକ ସମ୍ବନ୍ଧ ତାଙ୍କ ଇଚ୍ଛା ଅନୁସାରେ ରଖିଥାନ୍ତି ତ ଏହା କୌଣସି ଅପରାଧ ନୁହେ |