ଅଭିନେତ୍ରୀ ଆଥିୟା ଶେଟ୍ଟୀ ଓ କ୍ରିକେଟର୍ କେଏଲ୍ ରାହୁଲ ସୋସିଆଲ ମିଡିଆ ଜରିଆରେ ଫ୍ୟାନ୍ଙ୍କୁ ଖୁସିଖବର ଦେଇଛନ୍ତି । ଆଥିୟା ସୋସିଆଲ ମିଡିଆରେ ଏକ ପୋଷ୍ଟ୍ ଶେୟାର କରି ମା’ ହେବାକୁ ଯାଉଥିବା କଥା କହିଛନ୍ତି । ସନ୍ତାନର ଜନ୍ମ ସମୟ ବିଷୟରେ ମଧ୍ୟ ସୂଚନା ଦେଇଛନ୍ତି । ରାହୁଲ ଏବଂ ଆଥିୟାଙ୍କ ଖୁସି ଖବର ଶୁଣି ତାଙ୍କର ପରିବାର ଓ ପ୍ରଶଂସକମାନେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଆଥିୟାଙ୍କ ଭାଇ ଆହାନ ପୋଷ୍ଟରେ କମେନ୍ଟ କରି ଶୁଭେଚ୍ଛା ଜଣାଇଥିବା ବେଳେ ଖୁବଶୀଘ୍ର କୁନି କେଏଲ ରାହୁଲ ଦୁନିଆକୁ ଆସିବାକୁ ଯାଉଥିବା ୟୁଜର୍ସମାନେ କମେଣ୍ଟ କରିଛନ୍ତି।ଆଥିୟା ୨୦୧୫ ମସିହାରେ ମୁକ୍ତିପ୍ରାପ୍ତ ଫିଲ୍ମ ‘ହିରୋ’ ଜରିଆରେ ବଲିଉଡ୍ରେ ଏଣ୍ଟ୍ରି କରିଥିଲେ । ତାଙ୍କ ଅପୋଜିଟ୍ରେ ଥିଲେ ସୂରଜ ପାଞ୍ଚୋଲି । ତେବେ ଫିଲ୍ମଟି ଖାସ୍ କମାଲ୍ କରିପାରିନଥିଲା । ତା’ପରେ ଆଥିୟା ‘ମୁବାରକାଁ’, ‘ମୋତିଚୂର ଚକ୍ନାଚୂର’ ଭଳି ଫିଲ୍ମରେ ନଜର ଆସିଲେ । ବିବାହ ପରେ ସେ କୌଣସି ଫିଲ୍ମ ସାଇନ୍ କରିନାହାନ୍ତି ।ଅଧିକ ଗୁରୁତ୍ବପୂର୍ଣ୍ଣ ଖବର ପଢିବା ପାଇଁ ଆମକୁ ଏବେ ଫୋଲୋ (Follow) କରନ୍ତୁ ।