ଆଇପିଏଲ ଚାଲିଥିବା ବେଳେ କେଏଲ ରାହୁଲଙ୍କ ଘରକୁ କୁନି ଅତିଥି ଆସିଛନ୍ତି । ପତ୍ନୀ ତଥା ଅଭିନେତ୍ରୀ ଆଥିୟା ସେଟ୍ଟୀ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି । ଏନେଇ କେଏଲ ରାହୁଲ Xରେ ଏକ ପୋଷ୍ଟ କରି ସୂଚନା ଦେଇଛନ୍ତି । ବାପା, ମା’ ହେବା ନେଇ ଶୁଭେଚ୍ଛା ଜଣାଇଥିବା ସବୁ ଶୁଭେଚ୍ଛୁଙ୍କୁ ଧନ୍ୟବାଦ ଜଣାଇଛନ୍ତି ଆଥିୟା ।ସୂଚନାଯୋଗ୍ୟ, କେଏଲ ରାହୁଲ ଏବଂ ଆଥିୟା ପରସ୍ପରକୁ ୩ ବର୍ଷ ଡେଟ୍ କରିବା ପରେ ଜାନୁଆରୀ ୨୦୨୩ରେ ବିବାହ କରିଥିଲେ । ସେମାନଙ୍କର ବିବାହ ସୁନୀଲ ଶେଟ୍ଟୀଙ୍କ ଖଣ୍ଡାଲାର ଫାର୍ମହାଉସରେ ହୋଇଥିଲା । ସେମାନଙ୍କ ବିବାହ ଉତ୍ସବରେ କେବଳ ପରିବାର ସଦସ୍ୟ ଏବଂ ନିକଟତମ ବନ୍ଧୁମାନେ ଯୋଗ ଦେଇଥିଲେ ।ଏହି ଖବର ଅନ୍ୟଙ୍କୁ ଶେୟାର କରନ୍ତୁ ।