ପ୍ରଥମ ବିଶ୍ୱ ସୁନ୍ଦରୀ ଭାବେ ଇତିହାସ ରଚିଥିବା କିକି ହାକାନସନଙ୍କର ୯୫ ବର୍ଷ ବୟସରେ ପରଲୋକ ହୋଇଛି। ୧୯୫୧ ମସିହାରେ ବିଶ୍ୱ ସୁନ୍ଦରୀ ମୁକୁଟ ପିନ୍ଧିଥିବା ହାକାନସନଙ୍କ ନଭେମ୍ବର ୪ ତାରିଖ ସୋମବାର ଦିନ କାଲିଫର୍ଣ୍ଣିଆସ୍ଥିତ ତାଙ୍କ ବାସଭବନରେ ଶୋଇଥିବା ଅବସ୍ଥାରେ ମୃତ୍ୟୁ ଘଟିଛି ବୋଲି ତାଙ୍କ ପରିବାର ପକ୍ଷରୁ ସୂଚନା ଦିଆଯାଇଛି।ସ୍ୱିଡେନର ଜନ୍ମିତ କିକି ହକାନ୍ସନ ୧୯୫୧ ମସିହାରେ ଇତିହାସ ରଚିଥିଲେ ।
ଆଜିଠାରୁ ୭୩ ବର୍ଷ ପୂର୍ବେ ମିସ୍ ୱାର୍ଲଡ୍ ଟାଇଟଲ୍ ଜିତି ଦୁନିଆର ପ୍ରଥମ ମିସ୍ ୱାର୍ଲଡ୍ ହୋଇଥିଲେ । ଅଫିସିଆଲ୍ ମିସ୍ ୱାର୍ଲଡ ଇନଷ୍ଟାଗ୍ରାମ ଆକାଉଣ୍ଟରେ ମଧ୍ୟ ତାଙ୍କର ନିଧନ ନେଇ ଘୋଷଣା କରାଯାଇଛି । ହାକାନସନଙ୍କ ବିୟୋଗରେ ମିସ୍ ୱାର୍ଲ୍ଡ ସଂଗଠନ ଗଭୀର ଶୋକ ପ୍ରକାଶ କରି ସାମାଜିକ ଗଣମାଧ୍ୟମରେ ଗଭୀର ଶୋକ ପ୍ରକାଶ କରିଛି। ବିବୃତିରେ କୁହାଯାଇଛି, “ଆମେ କିକିଙ୍କ ସମସ୍ତ ପରିବାର ପ୍ରତି ଗଭୀର ସମବେଦନା ଜଣାଉଛୁ।ଅଧିକ ଭଲ ଭଲ ଖବର ପଢିବା ପାଇଁ ଆମକୁ ଏବେ ଫୋଲୋ (Follow) କରନ୍ତୁ ।