ଅସୁସ୍ଥ ହୋଇପଡ଼ିଛନ୍ତି ଅଭିନେତ୍ରୀ କିଆରା ଆଡଭାଣୀ। ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏଥିଲାଗି ସେ ନିଜର ଫିଲ୍ମ ‘ଗେମ୍ ଚେଞ୍ଜର’ର ଟ୍ରେଲର୍ ଲଞ୍ଚ କାର୍ଯ୍ୟକ୍ରମରେ ସାମିଲ ହୋଇପାରି ନାହାନ୍ତି। କିଆରା ଆଡଭାନୀ ଏବଂ ରାମ ଚରଣଙ୍କ ରୋମାଣ୍ଟିକ୍ ଯୋଡି ଫିଲ୍ମ ଗେମ୍ ଚେଞ୍ଜରରେ ଦେଖିବାକୁ ମିଳିବ । ନିକଟରେ ଲକ୍ଷ୍ନୋ ଫିଲ୍ମର ଟିଜର ଲଞ୍ଚ କରାଯାଇଥିଲା । ଏହି ଟିଜର ୧ ମିନିଟରୁ ଅଧିକ ଲମ୍ବା ଥିଲା, ଯେଉଁଥିରେ ରାମ ଚରଣ ଅନେକ ଆକ୍ସନ୍ ସିନ କରିବା ସହିତ କିଆରାଙ୍କ ସହ ରୋମାନ୍ସ କରୁଥିବା ଦେଖିବାକୁ ମିଳିଥିଲା ।ଗେମ୍ ଚେଞ୍ଜରର ଟିଜରରେ ଜଣେ ବାଳକଙ୍କର ଜର୍ଣ୍ଣି ଦେଖାଯାଇଛି, ଯିଏ UPASC ପାଇଁ ପ୍ରସ୍ତୁତ ହେଉଛି ଏବଂ ପରବର୍ତ୍ତୀ ମୁହୂର୍ତ୍ତରେ ସରକାରୀ ଚାକିରି ସହିତ ଜବରଦସ୍ତ ଆକ୍ସନ କରୁଥିବାର ନଜର ଆସିଛି । ଗେମ୍ ଚେଞ୍ଜରରେ ରାମ ଚରଣ ଜଣେ ଜବରଦସ୍ତ ଆକ୍ସନ ହିରୋ ଭୂମିକାରେ ନଜର ଆସିଛନ୍ତି ।ଅଧିକ ଗୁରୁତ୍ବପୂର୍ଣ୍ଣ ଖବର ପଢିବା ପାଇଁ ଆମକୁ ଏବେ ଫୋଲୋ (Follow) କରନ୍ତୁ । ଅନ୍ୟଙ୍କୁ ସେୟାର କରନ୍ତୁ ।