ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ନିକଟସ୍ଥ ଧୁଆଁଳ ଗ୍ରାମର ମକଦମ ବିଶ୍ଵାଳ ଓ ମୀନାକ୍ଷୀ ବିଶ୍ଵାଳ ଙ୍କ ବଡ଼ ଝିଅ ପ୍ରିୟଙ୍କା ବିଶ୍ଵାଳ। ପ୍ରିୟଙ୍କା ପିଲାଟି ଦିନରୁ ନୃତ୍ୟ ପରିବେଷଣ ଉପରେ ରୁଚି ରହିଛି। ବର୍ତ୍ତମାନ ସମସୟରେ ବିଭିନ୍ନ ସ୍ଥାନରେ ନୃତ୍ୟ ପରିବେଷଣ କରି ନିଜର କୃତିତ୍ବ ଓ ସଫଳତା ହାସଲ କରି ଚାଲିଛନ୍ତି। ପ୍ରିୟଙ୍କା ଶ୍ରୀ ସତ୍ୟସାଇ ବିଦ୍ୟା ମନ୍ଦିର ରେ ପ୍ରାଥମିକ ଅଧ୍ୟୟନ କରୁଥିବା ସମୟରେ ବିଦ୍ୟାଳୟର ସମସ୍ତ ବାର୍ଷିକ ଉତ୍ସବରେ ନୃତ୍ୟ ପରିବେଷଣ କରି ପୁରସ୍କୃତ ହୋଇଥିଲେ ଏବଂ ପ୍ରାଥମିକ ଅଧ୍ୟୟନ ସମୟରେ ବ୍ଲକ ଓ ଜିଲ୍ଲା ସ୍ତରୀୟ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେଇ ନୃତ୍ୟ ପରିବେଷଣ କରି ପ୍ରଥମ ସ୍ଥାନ ଅଧିକାର କରିଥିଲେ।

କଲେଜ ସମୟରେ ଯେତେବେଳେ ପ୍ରିୟଙ୍କା ଅଧ୍ୟୟନ କରୁଥିଲେ ସେ ସମୟର ମଧ୍ୟ ବିଭିନ୍ନ ଜାଗାରେ ନୃତ୍ୟ ପରିବେଷଣ କରି ପ୍ରଥମ ସ୍ଥାନ ଅଧିକାର କରିଥିଲେ। କିଛିବର୍ଷ ତଳେ ଅନ୍ତର୍ଜାତୀୟ ନୃତ୍ୟ ସଙ୍ଗୀତ ମହୋତ୍ସବ ” ମଜୁଲି” ଆସାମ ଠାରେ ନିଜର ଓଡ଼ିଶୀ ନୃତ୍ୟ ପରିବେଷଣ କରି ଅନ୍ତର୍ଜାତୀୟ ସ୍ଥରରେ ପ୍ରଥମ ସ୍ଥାନ ଅଧିକାର କରିଥିଲେ l ଗତବର୍ଷ ନାଚୁଣୀ ଠାରେ ସତ୍ୟଭାମା ମହେଶ୍ୱର କଳା ମହୋତ୍ସବରେ ଯୋଗଦେଇ ପ୍ରଥମ ସ୍ଥାନ ଅଧିକାର କରିବା ସହିତ” ଚିଲିକା କୁଇନ ୨୦୨୨” ଉପାଧିରେ ପ୍ରିୟଙ୍କା ଙ୍କୁ ସମ୍ମାନିତ କରାଯାଇଥିଲା। ବର୍ତ୍ତମାନ ସମୟରେ ବାଣପୁର ବାଲୁଗାଁ ଚିଲିକା ଅଞ୍ଚଳର ଅଗ୍ରଣୀ କଳା ନିକେତନ ” ମା କାଳୀଜାଇ କଳା ନିକେତନରେ ” କୁନି କୁନି ଛୁଆ ମାନଙ୍କୁ ନୃତ୍ୟ ଶିକ୍ଷା ଦେଉଛନ୍ତି ।
ପ୍ରିୟଙ୍କା ଙ୍କ ଏହି ସଫଳତାର ସମସ୍ତ ଶ୍ରେୟ ତାଙ୍କ ବାବା ମାଆ ଙ୍କ ସମେତ “ମା କାଳୀଜାଇ କଳା ନିକେତନ “ର ସମ୍ପାଦକ ଜୟଦେବ ପାତ୍ର ଓ ସମ୍ପାଦିକା ସ୍ଵପ୍ନା ବଡ଼ଜେନା ଙ୍କୁ ଦେଇଥିବାର ପ୍ରିୟଙ୍କା ନିଜେ ପ୍ରକାଶ କରିଛନ୍ତି ।